ସ୍ପୋର୍ଟିଭ୍ ଲୁକ୍‌ରେ ନବୀନ

0 72

ଭୁବନେଶ୍ୱର, ୨୫ା୧(ଡିକେ ନ୍ୟୁଜ): ନୂଆ ଲୁକ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନବୀନ ନିବାସ ବଗିଚାରେ ପ୍ରାତଃଭ୍ରମଣ କରୁଥିବା ନଜର ଆସିଛନ୍ତି । ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଜର୍ସିରେ ଇଂରାଜୀରେ ଲେଖାଯାଇଛି “ଓଡିଶା ଅନ ଦି ମୁଭ’ । ଜର୍ସି ପଛରେ \”ବନ୍ଦେ ଉତ୍କଳ ଜନନୀ\’ ଲେଖାଯାଇଛି । ହକି ବିଶ୍ୱକପ ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ପୋର୍ଟିଭ୍ ଲୁକ୍ସକୁ ବେଶ୍‌ ପସନ୍ଦ କରୁଛନ୍ତି ରାଜ୍ୟବାସୀ । ଅନ୍ୟପଟେ ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ଏହି ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ । ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ । ଜର୍ସି ପଛରେ ବନ୍ଦେ ଉତ୍କଳ ଜନନୀ ଲେଖାଯାଇଛି । ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ ଏହି ସବୁଜ ରଙ୍ଗର ଜର୍ସି ବାଛିଛନ୍ତି । ଓଡ଼ିଶାବାସୀଙ୍କ ଭୋଟିଂ ଆଧାରରେ ସୋସିଆଲ୍ ମିଡିଆରେ ରାଜ୍ୟ କ୍ରୀଡା ପାଇଁ ଜର୍ସି ବାଛିବାକୁ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ ଆହ୍ୱାନ କରିଥିଲେ । ଏଥିରେ ବିଭିନ୍ନ ଅପ୍ସନ୍ ଦିଆଯାଇଥିଲା । ଅପ୍ସନ୍ ‘ବି’କୁ ଲୋକଙ୍କ ସର୍ବାଧିକ ଭୋଟ୍‌ ମିଳିଥିବା ବେଳେ ଦ୍ୱିତୀୟରେ ରହିଛି ଅପସନ୍ ‘ସି’ । ସେହିପରି ରାଜ୍ୟ କ୍ରୀଡା ପାଇଁ ସୃଜନଶୀଳ ଟ୍ୟାଗ ଲାଇନ ବାଛିବାକୁ ଇନଷ୍ଟାଗ୍ରାମରେ ଆହ୍ୱାନ କରିଥିଲେ ଫାଇଭ୍ ଟି ସଚିବ । ଏହାପରେ ସୋସିଆଲ୍ ମିଡିଆରେ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଥିଲା । ୧୦ହଜାରରୁ ଅଧିକ ଟ୍ୟାଗଲାଇନ୍ ଆସିଥିଲା । ଏହାମଧ୍ୟରୁ ୨୦ଜଣଙ୍କୁ ବଛାଯାଇଛି । ସମସ୍ତ ବିଜେତାଙ୍କୁ ଯୋଗାଯୋଗ କରି ସୋଭେନିୟର ଦିଆଯିବ ।

Leave A Reply

Your email address will not be published.