କେନ୍ଦ୍ରକୁ ଜବାବ ମାଗୁଛନ୍ତି ଜନଜାତି, ଆଦିବାସୀ ମାନ୍ୟତା କେବେ?

0 73

ଭୁବନେଶ୍ୱର, ୨୭ା୧(ଡିକେ ନ୍ୟୁଜ): ଆଦିବାସୀ ମାନ୍ୟତା ଅପେକ୍ଷାରେ ବାଉରୀ ଭୂୟାଁ, ଧୁରୁଆ, କନ୍ଧକୁମ୍ଭାର ମାଙ୍କଡିଆ, ଝଡିଆ ପରି ରାଜ୍ୟର ୧୬୯ ଆଦିମ ଜନଜାତି । ହେଲେ କେନ୍ଦ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଏଯାଏ ଭାଙ୍ଗୁନି । ରାଜ୍ୟର ଜନଜାତିଙ୍କୁ କ୍ରମାଗତ ଅଣଦେଖା କରିଆସୁଛନ୍ତି କେନ୍ଦ୍ର ସରକାର । ଆଦିମ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦେବାକୁ ୨୦୨୨ ସେପ୍ଟେମ୍ବର ୧୬ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏଯାଏ କେନ୍ଦ୍ର ଶୁଣିଲାନି । ଏହା ପୂର୍ବରୁ ୨୦ ଏପ୍ରିଲ ୨୦୨୨ରେ ବି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ରାଜ୍ୟ ସରକାରଙ୍କ ୧୬୯ଟି ବିଚାରାଧୀନ ସମ୍ପ୍ରଦାୟର ପ୍ରସ୍ତାବ ରଖିଥିଲେ । କେନ୍ଦ୍ର ସରକାର ଏହିସବୁ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦେଇନଥିବାରୁ ଶିକ୍ଷାରୁ ଚାକିରି ପର୍ଯ୍ୟନ୍ତ ବିଭିନ୍ନ ସୁବିଧାରୁ ଏହି ୧୬୯ ଜନଜାତି ବଞ୍ôଚତ ହେଉଛନ୍ତି । ଆଦିମ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ହେଲେ କେନ୍ଦ୍ର ଓଡ଼ିଶାର ନ୍ୟାଯ୍ୟ ଦାବିକୁ କୁଠାରଘାତ କରିଚାଲିଛି । ଆଦିବାସୀଙ୍କ ଜୀବନ ଜୀବିକାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପହଞ୍ଚାଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ବିଜେପିର ଆଦିବାସୀ ବିରୋଧୀ ମନୋଭାବ ଆଦିବାସୀଙ୍କୁ ଆଘାତ ଦେଇଛି । ମୁଖ୍ୟମନ୍ତ୍ରୀ ୧୬୯ ଆଦିବାସୀ ଜାତିଙ୍କୁ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପଠାଇଛନ୍ତି । ଆଦିମ ଜନଜାତିଙ୍କ ପାଖରେ ସାର୍ଟିଫିକେଟ ନଥିବାରୁ ପିଲାଙ୍କ ନାମଲେଖା ହୋଇପାରୁନି । ମାନ୍ୟତା ନଥିବାରୁ ଫରେଷ୍ଟ ରାଇଟ୍ ଆକ୍ଟରେ ଜମି ଅଧିକାର ମିଳୁନି । ଏନେଇ ୨୦୨୨ ସେପ୍ଟେମ୍ବରରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ବିଜେଡି ସାଂସଦମାନେ ବାରମ୍ବାର ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । ହେଲେ ଆଦିବାସୀଙ୍କୁ କେନ୍ଦ୍ର ଅଣଦେଖା କରୁଛି । ଆଦିବାସୀଙ୍କ ବିକାଶ ପାଇଁ ପ୍ରଥମ ରାଜ୍ୟ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀଙ୍କୁ ସମ୍ମାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୫ଲକ୍ଷ ଆଦିବାସୀ ଝିଅଙ୍କ ପାଇଁ ହଷ୍ଟେଲଠାରୁ ଆରମ୍ଭକରି ବିଭିନ୍ନ ସୁବିଧା ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୧୧୭ ବ୍ଲକ୍‌ର ୧୪.୦୫ଲକ୍ଷ ଆଦିବାସୀ ପରିବାରଙ୍କୁ ରାଜ୍ୟ ସରକାର ସମ୍ମାନ ଜଣାଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୨୦ଟି ଆଦିବାସୀ ଜାତିକୁ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରୁଛନ୍ତି । ହେଲେ କେନ୍ଦ୍ର ଶୁଣୁନି । ଆଗାମୀ ଦିନରେ ଆଦିବାସୀ ସମାଜ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ବିଜେଡି ଚେତାବନୀ ଦେଇଛି । ଗୋ, ମୁଣ୍ଡାରି ଓ ଭୂମିଜ ଭଳି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ବିଜେଡି ବହୁ ପୂର୍ବରୁ ସଂସଦରେ ଦାବି କରିଆସୁଛି । ହେଲେ କେନ୍ଦ୍ର ସରକାର ଏଥିନେଇ ନିରବଦ୍ରଷ୍ଟା ସାଜିଛନ୍ତି । କେନ୍ଦ୍ରରେ ବାରମ୍ବାର ଓଡ଼ିଶାର ବିଜେପି ସାଂସଦ ଆଦିବାସୀ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ
ରହିଆସୁଥିଲେ ହେଁ ଆଦିବାସୀଙ୍କ ଅଧିକାର ପାଇଁ ମୁହଁ ଖୋଲୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.