ବୋର୍ଡ ପକ୍ଷରୁ ପ୍ରକାଶ ପାଇଲା ସୂଚୀ, ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା

0 103

କଟକ, ୫ା୨(ଡିକେ ନ୍ୟୁଜ): ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ମାଟ୍ରିକ, ମଧ୍ୟମା ପରୀକ୍ଷା ଆରମ୍ଭ ହେବ । ଏ ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ । ଭୋକେସନାଲ ଟ୍ରେଡ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କ ପରୀକ୍ଷା କରାଯିବ । ୫୦ ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ରହିବ, ଯାହାର ଉତ୍ତର ଓଏମ୍‌ଆର ସିଟରେ ପୂରଣ କରାଯିବ । ଅବଶିଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ ପ୍ରଶ୍ନ ରହିବ ଏହାର ଉତ୍ତର ପିଲାମାନେ ବୁକଲେଟ୍‌ରେ ଲେଖିବେ । ଗଣିତ ବିଷୟରେ ପିଲାମାନଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ । ବୋର୍ଡ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା, ଦ୍ୱିତୀୟ ଦିନ ଦ୍ୱିତୀୟ ଭାଷା ଓ ତୃତୀୟ ଦିନ ତୃତୀୟ ଭାଷା ପରୀକ୍ଷା ହେବ । ୪ର୍ଥ ଦିନ ସାଧାରଣ ବିଜ୍ଞାନ, ୫ମ ଦିନ ସାମାଜିକ ବିଜ୍ଞାନ ଓ ଷଷ୍ଠ ଦିନ ଗଣିତ ପରୀକ୍ଷା ହେବ । ଭୋକେସ୍‌ନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ କରାଯିବ । ସେହିପରି ମଧ୍ୟମା ବା ସଂସ୍କୃତ ଟୋଲରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ପରୀକ୍ଷାରେ ୩୦ ନମ୍ବର ସବ୍‌ଜେକ୍ଟିଭ ଓ ୩୦ ନମ୍ବର ଅବ୍‌ଜେକ୍ଟିଭ ପରୀକ୍ଷା ହେବ । ଅନ୍ୟ ବିଷୟରେ ୩୦ ମାର୍କ ସବ୍‌ଜେକ୍ଟିଭ ଓ ୫୦ ମାର୍କ ଅବ୍‌ଜେକ୍ଟିଭ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଚଳିତବର୍ଷ ୩ ହଜାର ୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୩୩ ହଜାର ୭୧୨ ଛାତ୍ରଛାତ୍ରୀ । ସେହିଭଳି ମଧ୍ୟମାରେ ୨୯୧୪ ପରୀକ୍ଷାର୍ଥୀଙ୍କ ଲାଗି ୧୦୮ଟି କେନ୍ଦ୍ର ଏବଂ ମୁକ୍ତ ବିଦ୍ୟାଳୟରେ ୭୧୮୧ ପରୀକ୍ଷାର୍ଥୀ ଲାଗି ୧୪୬ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.