ଟକ୍‌ମକ୍‌ ଫୁଟିବ ଫେବ୍ରୁଆରୀ

0 87

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ଚଳିତବର୍ଷ ତାତିବ ଫେବ୍ରୁଆରୀ । ଖରାରେ ସିଝିବେ ରାଜ୍ୟବାସୀ । ସ୍ୱାଭାବିକଠାରୁ ଅଧିକ ରହିବ ଫେବ୍ରୁଆରୀ ମାସର ତାପମାତ୍ରା । କିଛି ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷାର ଅଭାବ, ପାଣିପାଗରେ ପରିବର୍ତ୍ତନ ଓ ଜଙ୍ଗଲର ଅଭାବ ଯୋଗୁ ତାତି ବଢ଼ିବାର ସମ୍ଭାବନା ଥିବା ଆକଳନ କରାଯାଇଛି । ଓଡ଼ିଶାରେ ତାପମାତ୍ରା ଫେବ୍ରୁଆରୀ ମାସରେ ଅପେକ୍ଷାକୃତ ଅଧିକ ବା ସ୍ୱାଭାବିକଠୁ ୩ରୁ ୪ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ଯେଉଁଥିପାଇଁ ପ୍ରଥମ ସପ୍ତାହରୁ ହିଁ ଗରମ ଅନୁଭୂତ ହେଲାଣି । ଏପରିକି ରବିବାର ରାଜ୍ୟର ଅଧିକାଂଶ ଅଞ୍ଚଳର ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୩.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଯାହା ସ୍ୱାଭାବିକ ତାପମାତ୍ରାଠୁ ଅଧିକ । ତେବେ ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରବାହିତ ହେବାକୁ ଥିବା ବାୟୁ ପାଇଁ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ଆହୁରି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଅକ୍ଟୋବର ମାସରୁ ଇଷ୍ଟର୍ଣ୍ଣ ଇଣ୍ଡିଆରେ ବର୍ଷାର ପ୍ରଭାବ ନାହିଁ । ଅନ୍ୟ ବର୍ଷମାନଙ୍କରେ ପଶ୍ଚିମା ବାୟୁ ଉତ୍ତର-ପଶ୍ଚିମ ଭାରତରୁ ମାସକୁ ଦୁଇଟା ବା ତିନିଟା ପୂର୍ବ ଭାରତକୁ ·ଲି ଆସିଥାଏ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବର୍ଷା ହୋଇଥାଏ । କିନ୍ତୁ ଏବର୍ଷ ବର୍ଷା ନଥିବାରୁ ସୂର୍ଯ୍ୟର କିରଣ ପୃଥିବୀ ଉପରେ ପଡ଼ୁଛି ଓ ପୃଥିବୀରୁ ଯାଉଥିବା ବିକରଣ ବାୟୁମଣ୍ଡଳକୁ ଗରମ କରିବାରେ ସହାୟକ ହେଉଛି । ତାହାଛଡ଼ା ସହରୀକରଣ କାରଣରୁ ମଧ୍ୟ ଗରମ ହେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।

Leave A Reply

Your email address will not be published.