ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଆସ ନୂଆ ଓ ସଶକ୍ତ ଓଡ଼ିଶା ଗଢ଼ିବା

0 95

ଭୁବନେଶ୍ୱର, ୧୪ା୨(ଡିକେ ନ୍ୟୁଜ): ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ । ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ଦିଗରେ ମିଳିମିଶି କାମ କରିବା ସହ ଗ୍ରାଉଣ୍ଡରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବିନା ବାଧାରେ ଓ କମ୍‌ ସମୟରେ ସମାଧାନ କରିବାକୁ ଜିଲ୍ଲାପାଳମାନକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ସମସ୍ତ ବିକାଶମୂଳକ ପ୍ରକଳ୍ପଗୁଡିକ ଖୁବ୍‌ କମ୍‌ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ଏବଂ ଆମର କଲ୍ୟାଣମୂଳକ ପଦକ୍ଷେପ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିଛି । ୫- ଟି ଓ ମୋ ସରକାର ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ । ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ ଓଡିଶା ଅନେକ ରାଜ୍ୟଠୁ ଆଗରେ ରହିଛି । କ୍ରୀଡା, ସ୍ୱାସ୍ଥ୍ୟସେବା, ବିଦ୍ୟାଳୟର ପରିବର୍ତ୍ତନ, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଫସଲ ଉତ୍ପାଦନ, କୋଭିଡ୍‌ ପରି·ଳନା ହେଉଛି କେତେକ କ୍ଷେତ୍ର ଯାହାକି ବିଶେଷ ଉଲ୍ଲେଖକୁ ଆକର୍ଷିତ କରିଥାଏ । ବର୍ତ୍ତମାନ ବଳକା ଖାଦ୍ୟ ରାଜ୍ୟ ଭାବରେ ଓଡ଼ିଶା ଦେଶରେ ଆଗୁଆ । ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ମିଲେଟ୍‌ ମିଶନ ଦେଶରେ ସୃଷ୍ଟି କରିଛି ଉଦାହାରଣ । ପୁଷ୍ଟିକର ଖାଦ୍ୟର ·ହିଦାକୁ ପୂରଣ କରିଛି ମିଲେଟ୍‌ ମିଶନ । ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ମିଲେଟ୍‌ ମିଶନ ସୁଦୃଢ଼ କରିଛି । ରାଜ୍ୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ଷ୍ଟାର୍ଟଅପ୍‌ । ଷ୍ଟାର୍ଟଅପ୍‌ ପାଇଁ ଓ ହବ୍‌ ସହାୟକ ହେବ । ଖୁବଶୀଘ୍ର ଦେଶର ଟପ୍‌ ଥ୍ରୀ ଷ୍ଟାର୍ଟଅପ୍‌ ଡେଷ୍ଟିନେସନରେ ରହିବ ଓଡ଼ିଶାର ନାଁ । ଷ୍ଟାର୍ଟଅପ ପାଇଁ ଓଡ଼ିଶାକୁ ବାଛିବେ ଯୁବପିଢ଼ି । ରାଜ୍ୟର ସବୁ ପଦକ୍ଷେପ ଭିତରେ ମହିଳା ସଶକ୍ତିକରଣ ହେଉଛି ସବୁଠୁ ବଡ଼ ପ୍ରସଙ୍ଗ । ଆମେ ଆମର ମିଶନ ଶକ୍ତି ଗୋଷ୍ଠୀକୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର କରିବାକୁ ଇଚ୍ଛା କରୁଛୁ । ଆମେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରୁଛୁ, ଯାହାଦ୍ୱାରା ସେମାନେ ସେମାନଙ୍କର ୟୁନିଟକୁ ସମୃଦ୍ଧ ୟୁନିଟ୍‌ରେ ପରିଣତ କରିପାରିବେ । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଆମର ମିଶନ ଶକ୍ତି ଗୋଷ୍ଠୀକୁ ୫୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଆମର ଲକ୍ଷ୍ୟ ରହିଛି । ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସଂଗ୍ରହକାରୀମାନେ ମିଶନ ଶକ୍ତି ଗୋଷ୍ଠୀକୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇବା ଆବଶ୍ୟକ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା, ବିଦ୍ୟାଳୟ ପରିବର୍ତ୍ତନ, ପର୍ଯ୍ୟଟନ ପ୍ରୋତ୍ସାହନ, କ୍ରୀଡ଼ା ପରି ଅନ୍ୟ ଫ୍ଲାଗସିପ୍‌ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଆପଣଙ୍କର ବିଶେଷ ଧ୍ୟାନ ଆବଶ୍ୟକ କରେ । କୋରାପୁଟର ମିଶନ ଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସ୍କୁଲ ରୂପାନ୍ତରିକରଣ, ପର୍ଯ୍ୟଟନର ପ୍ର·ର, ଖେଳ କ୍ଷେତ୍ରକୁ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ ଓ ଟୁକୁନି ସାହୁ ଉପସ୍ଥିତ ଥିଲେ । ଏଥିରେ ୧୭ଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ତୃଣମୂଳ ସ୍ତରରେ କେତେ ଦୂର ପହଞ୍ଚି ପାରୁଛି, ସେନେଇ ଆଲୋଚନା ହେଉଛି । ପ୍ରଥମ ଅଧିବେଶନ ଗୁଡ଼ ଗଭର୍ଣ୍ଣାନ୍ସ ଉପରେ ରହିଛି । ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ ବୈଠକର ଦ୍ୱିତୀୟ ଦିନ ଆଲୋଚନା କରାଯିବ । ଏଥିରେ କାଳିଆ, ମମତା, ବିଜୁ ସ୍ୱାସ୍ଥ୍ୟ ଯୋଜନା, ମୁକ୍ତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ଡୋର ଟୁ ଷ୍ଟେପ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁ ସବୁ ଜାଗାରେ ତ୍ରୁଟି ରହୁଛି ସେସବୁ ଉପରେ ଆଲୋଚନା କରାଯିବ । ସୂଚନାଯୋଗ୍ୟ ପ୍ରାୟ ଦୁଇବର୍ଷ ବ୍ୟବଧାନରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ·ଲିବ ସମ୍ମିଳନୀ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିଗତ ଦୁଇବର୍ଷ ହେବ ଏହା ଆୟୋଜିତ ହୋଇପାରୁ ନଥିଲା । ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଓ ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟର ସବୁ ବିଭାଗର ସଚିବ, ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.