ଦ୍ୱିତୀୟ ବିବାହ କରିବେ ହାର୍ଦ୍ଦିକ

0 217

ନୂଅ ।ଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ର୍ଷ୍ଟାଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟଥର ବିବାହ କରିବେ । ସେ ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥରେ ସାତ ଫେରା ନେବେ ବୋଲି କୁହାଯାଉଛି । ନତାଶା ହେଉଛନ୍ତି ସର୍ବିଅ ।ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଡ୍ୟାନ୍ସର ଭାବେ ଜଣାଶୁଣା । ସେ ପ୍ରକାଶ ଝା’ଙ୍କ ଫିଲ୍ମ “ସତ୍ୟାଗ୍ରହ’ ଜରିଅ ।ରେ ବଲିଉଡରେ ପ୍ରବେଶ କରିଥିଲେ । ନତାଶାଙ୍କ ସହ କିଛିଦିନ ଡେଟ କରିବା ପରେ ହାର୍ଦ୍ଦିକ ବିବାହ କରିଥିଲେ । ତେବେ ଏଦୁହିଁଙ୍କ ଅ ।କସ୍ମିକ ବିବାହ ଖବର ଶୁଣିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ । ୨୦୨୦ରେ ନତାଶା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବିବାହ କରିବା ସହିତ ଗର୍ଭବତୀ ଥିବା କଥାକୁ ଘୋଷଣା କରିଥିଲେ । ଦୁହିଁଙ୍କର ଏକ ସନ୍ତାନର ରହିଛି । ଏହି କ୍ରମରେ ହାର୍ଦ୍ଦିକଙ୍କୁ ନେଇ ଏକ ନୂଅ । ଖବର ସାମ୍ନାକୁ ଅ ।ସୁଛି । ୨୦୨୦ରେ ନତାଶା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ଧୁମଧାମରେ ହୋଇ ନଥିଲା । ତେଣୁ ଦୁହେଁ ବହୁ ଅ ।ଡମ୍ବର ସହ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିବେ ବୋଲି ଅନେକ ଦିନ ହେବ ସ୍ଥିର କରିଥିଲେ । କୁହାଯାଉଛି କି ପ୍ରେମଦିବସ ଦିନ ଅର୍ଥାତ ଭ୍ୟାଲେଣ୍ଟାଇନ ଡେ ଅବସରରେ ହାର୍ଦ୍ଦିକ ଓ ନତାଶଙ୍କ ଉଦୟପୁରରେ ଧୁମଧାମରେ ପୁଣିଥରେ ବିବାହ ହେବ । ଏହି ବିବାହ କାର୍ଯ୍ୟକ୍ରମ ଫେବୃଅ ।ରି ୧୩ରୁ ଅ ।ରମ୍ଭ ହୋଇ ଫେବୃଅ ।ରି ୧୬ ପର୍ଯ୍ୟନ୍ତ ଚାଲିବ । ବିବାହ ପୂର୍ବରୁ ଦୁହିଁଙ୍କ ମେହେନ୍ଦୀ, ହଳଦୀ ରସମ ବି ହେବ ବୋଲି କୁହାଯାଉଛି । ଏହି ବିବାହ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ଓ ନତାଶ ସେମାନଙ୍କ ଅନେକ ଅତିଥି, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ କରିଛନ୍ତି ।

Leave A Reply

Your email address will not be published.