ପୁଣି ଅଶାନ୍ତ ବାଣୀବିହାର, ଅତିଥି ଅଧ୍ୟାପକଙ୍କୁ ଆକ୍ରମଣ ଅଭିଯୋଗ

0 101

ଭୁବନେଶ୍ୱର,୧୨ା୨(ଡିକେ ନ୍ୟୁଜ): ବାଣୀବିହାର ପରିସରରେ ପୁଣି ଥରେ ଅଶାନ୍ତି ପରିସ୍ଥିତି ଦେଖାଯାଇଛି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ତାତି ଦେଖିବାକୁ ମିଳିଛି । ଉକ୍ରଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍‌ରେ ରବିବାର ଏକ ଆଲୋଚନା ଚକ୍ର ·ଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଜେଏନୟୁର ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଜେଏନୟୁର ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ୍‌ ମଜୁମଦାର
ବାଣୀବିହାର ପରିସରସ୍ଥିତ ପିଜି କାଉନସିଲ ହଲ୍‌ରେ ଅନୁଷ୍ଠିତ ସେମିନାରରେ ଯୋଗ ଦେବାକୁ ଆସିଥିଲେ । ଭାରତୀୟ ସମ୍ବିଧାନ ଉପରେ ସେଠାରେ ସେମିନାର ଆୟୋଜିତ ହୋଇଥିଲା । ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିବାରୁ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ସହିଦନଗର ପୋଲିସ ଥାନାରେ ୨ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବାଣୀବିହାର ପରିସରରେ ଛାତ୍ର ଅସନ୍ତୋଷ ପରିସ୍ଥିତି ଦେଖିବାକୁ ମିଳିଛି ।

Leave A Reply

Your email address will not be published.