ଆପଣଙ୍କ ଖରାପ ଅଭ୍ୟାସ କରିଦେବ କାଙ୍ଗାଳ

0 100

ଅନେକ ସମୟରେ ଆପଣ କଠିନ ପରିଶ୍ରମ ସତ୍ତ୍ୱ ସଠିକ୍‌ ଫଳ ପାଆନ୍ତି ନାହିଁ । ତେଣୁ ଏହାର ଅର୍ଥ ଅଜାଣତରେ ଆପଣ ଜୀବନଶୈଳୀରେ କିଛି ଭୁଲ୍‌ କରୁଛନ୍ତି ଯାହା ହେତୁ କାର୍ଯ୍ୟ ନଷ୍ଟ ହେଉଛି । ତେଣୁ ଚାଲନ୍ତୁ ଜାଣିବା ଏପରି କିଛି ଜିନିଷ ବିଷୟରେ ଯାହା ଦ୍ୱାରା ଆପଣଙ୍କ ଜୀବନରେ ଥିବା ବାଧାଗୁଡିକ ଦୂର ହୋଇପାରିବ । କେଉଁ କାରଣରୁ ଆସିଥାଏ କାଙ୍ଗାଳ : ବାସ୍ତୁ ଶାସ୍ତ୍ରରେ ପୂର୍ବ ଏବଂ ଉତ୍ତର ଦିଗକୁ ବହୁତ ଶୁଭ ବୋଲି କୁହାଯାଏ । ତେଣୁ ଏହି ଦିଗରେ ଜୋତା ବା ଚପଲ କାଢିବା ଉଚିତ୍‌ ନୁହେଁ । ଶୋଇବା ଘରେ କେବେବି ଜୋତା ରଖିବା ଉଚିତ୍‌ ନୁହେଁ । କାରଣ ଏହା ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଅନେକ ଝଗଡା ସୃଷ୍ଟି କରିଥାଏ । ଯଦି ଘରେ ବନ୍ଦ ରହିଥିବା ଘଣ୍ଟା ରହିଥାଏ, ତେବେ ଏହାକୁ ବାହାର କରନ୍ତୁ କିମ୍ବା ସେଥିରେ ଏକ ନୂତନ ବ୍ୟାଟେରି ପକାଇ ସଠିକ୍‌ ସମୟ ସ୍ଥିର କରି କାନ୍ଥରେ ଟାଙ୍ଗନ୍ତୁ । ଏହା ବ୍ୟତୀତ ପୁରୁଣା କ୍ୟାଲେଣ୍ଡର ମଧ୍ୟ ଘରେ ଟଙ୍ଗାନ୍ତୁନି । ଏହି ସବୁ ଜିନିଷ ଦ୍ୱାରା ଘରେ ନକାରାତ୍ମକତା ବ୍ୟାପିଥାଏ ।-ଅଳିଆ କିମ୍ବା ଡଷ୍ଟବିନକୁ ମୁଖ୍ୟ ଦ୍ୱାରରେ ରଖିବା ଉଚିତ ନୁହେଁ । କାରଣ ଏଠାରୁ ହିଁ ଦେବତାମାନଙ୍କର ଆଗମନ ହୁଏ । ଏହା ଘରେ ନକାରାତ୍ମକତା ଆଣିଥାଏ । ତେଣୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ବ୍ୟତୀତ ବରଗଛରେ ଲାଲ୍‌ ଚୁନିରେ ଏକ ନଡ଼ିଆକୁ ବାନ୍ଧି ଟାଙ୍ଗନ୍ତୁ । ଏହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଆପଣ ସକାରାତ୍ମକ ହେବେ । ଅନ୍ୟ ପଟେ, ଯଦି ଆପଣ ବର ଗଛ ତଳେ ଘିଅର ଦୀପ ଜାଳନ୍ତି, ତେବେ ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି
ପାଇବେ ।

Leave A Reply

Your email address will not be published.