ବାବରଙ୍କଠୁ ଡବଲ ସ୍ମୃତିଙ୍କ ଦରମା

0 93

ନୂଅ ।ଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡ଼ବ୍ଲୁପିଏଲ୍‌)ର ପ୍ରଥମ ସଂସ୍କରଣ ପାଇଁ ଅ ।ୟୋଜିତ ମେଗା ନିଲାମ ସଂପନ୍ନ ହୋଇଛି । ମୋଟ୍‌ ପାଞ୍ଚଟି ଦଳ ଏହି ନିଲାମରେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରି ୮୭ ଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍‌ କରିଛନ୍ତି । ଦୁନିଅ ।ରେ ସଂପ୍ରତି ଅନେକ କ୍ରିକେଟ୍‌ ଲିଗ୍‌ ଖେଳା ଯାଉଛି, ଯାହା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ମାତ୍ର ମହିଳା ପ୍ରିମିୟର ଲିଗ୍‌କୁ ସମସ୍ତ କ୍ରିକେଟ୍‌ ପ୍ରେମୀ ଅପେକ୍ଷା କରିଥିଲେ, କାରଣ ଭାରତରେ କ୍ରିକେଟ୍‌ ବଜାରରେ ଖେଳାଳିଙ୍କ ଉପରେ ଖୁବ୍‌ ଟଙ୍କା ବର୍ଷା ହୋଇଥାଏ । ଅ ।ଉ ନିଲାମରେ ଏହା ହିଁ ହୋଇଛି । ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ଖେଳାଳିଙ୍କ ଉପରେ ଖୁବ୍‌ ଟଙ୍କା ବର୍ଷା ହୋଇଛି । କିଛି ଖେଳାଳି ତ ଏତେ ମାଲାମାଲ୍‌ ହୋଇଛନ୍ତି ଯେ, ସେମାନେ ପୁରୁଷ କ୍ରିକେଟ୍‌ରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଭାରତୀୟ ଦଳର ତାରକା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ଉପରେ ଖୁବ୍‌ ଟଙ୍କା ବର୍ଷିଛି । ସେ ୩.୪୦ କୋଟି ଟଙ୍କାରେ ସବୁଠୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି । କେବଳ ଏତିକି ନୁହେଁ ପାକିସ୍ତାନ ସୁପର ଲିଗ୍‌ର ସବୁଠୁ ମହଙ୍ଗା ଖେଳାଳି ବାବର ଅ ।ଜମ ମଧ୍ୟ ମନ୍ଧାନାଙ୍କଠୁ ବହୁତ ପଛରେ ଅଛନ୍ତି । ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ବାବର ଅ ।ଜମ ଦୁନିଅ ।ର ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଜଣେ । ପାକିସ୍ତାନ ସୁପର ଲିଗ୍‌ରେ ସେ ସଂପ୍ରତି ପେଶାୱର ଜାଲମୀ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କୁ ପ୍ରତି ସଂସ୍କରଣରେ ଏକ କୋଟି ୫୦ ଲକ୍ଷ ଟଙ୍କା ମିଳୁଛି । ପାକିସ୍ତାନ ଟଙ୍କା ହିସାବରେ ଏହି ରାଶି ୩ କୋଟି ୬୦ ଲକ୍ଷ ଟଙ୍କା ହେବ । କିନ୍ତୁ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧.୫୦ କୋଟି ଟଙ୍କାରୁ କମ ହେବ । ଅ ।ଉ ସ୍ମୃତିଙ୍କ ଦରମା ବାବରଙ୍କଠୁ ଦ୍ୱିଗୁଣ ରହିଛି । ଅନ୍ୟପକ୍ଷେ ଭାରତୀୟ ଖେଳାଳି ସ୍ମୃତି ମନ୍ଧାନାଙ୍କୁ ମହିଳା ପ୍ରିମିୟର ପ୍ରତିଟି ସିଜିନରେ ୩ କୋଟି ୪୦ ଲକ୍ଷ ଟଙ୍କା ମିଳିବ । ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏତେ ମୂଲ୍ୟ ଦେଇ ନିଜ ଦଳରେ ସାମିଲ୍‌ କରିବାରେ ସଫଳ ହୋଇଛି । ସେ ଅ ।ରସିବିର ଅଧିନାୟକ ମଧ୍ୟ ହୋଇ ପାରନ୍ତି । ମହିଳା ପ୍ରିମିୟର ଲିଗ୍‌ରେ ଏମିତି ସାତ ଜଣ ଖେଳାଳି ଅଛନ୍ତି ଯାହାଙ୍କୁ ୨ କୋଟି କିମ୍ବା ସେଥିରୁ ଅଧିକ ମୂଲ୍ୟ ମିଳିଛି । ସେଥିରୁ ତିନି ଖେଳାଳିଙ୍କୁ ତିନି କୋଟିରୁ ଅଧିକ ରାଶି ମିଳିଛି । ଉଲ୍ଲେଖଯୋଗ୍ୟ, ମହିଳା ପ୍ରିମିୟର ଲିଗ୍‌ରେ ଦଳଗୁଡିକର ବଜେଟ୍‌ ମାତ୍ର ୧୨ କୋଟି ରହିଥିଲା । ଏମିତିରେ କୌଣସି ଖେଳାଳିଙ୍କୁ ୩ କୋଟିରୁ ଅଧିକ ଟଙ୍କା ମିଳିବା ବହୁତ ବଡ କଥା । କାରଣ ଏହା ଦଳ ବଜେଟ୍‌ର ୩୦ ପ୍ରତିଶତରୁ ଅଧିକ ଭାଗ ନେଇ ଯାଉଛି ।

Leave A Reply

Your email address will not be published.