ପୁଲୱାମା ଆକ୍ରମଣକୁ ପୂରିଲା ୪ ବର୍ଷ ଏବେ ବି ପାକିସ୍ତାନରେ ଅଛନ୍ତି ମାଷ୍ଟରମାଇଣ୍ଡ

0 93

ଶ୍ରୀନଗର : ଫେବ୍ରୁଅ ।ରି ୧୪ରେ ହୋଇଥିବା ପୁଲୱାମା ଅ ।ତଙ୍କବାଦୀ ଅ ।କ୍ରମଣକୁ ୪ ବର୍ଷ ପୂରଣ ହୋଇଛି । ଏହି ଅ ।ତ୍ମଘାତୀ ଅ ।କ୍ରମଣରେ ୪୦ ଜଣ ସିଅ ।ରପିଏଫ କର୍ମୀ ସହିଦ ହୋଇଥିଲେ । ଏହାର ଜବାବରେ ଭାରତୀୟ ବାୟସେନା ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ କରିଥିଲା । ଇତି ମଧ୍ୟରେ ଏହି ଘଟଣାକୁ ୪ ବର୍ଷ ବିତିଯାଇଥିଲେ ବି ଏହି ଅ ।କ୍ରମଣରେ ସଂପୃକ୍ତ ୪ ଅ ।ତଙ୍କବାଦୀ ଏବେ ବି ଧରାପଡ଼ିନାହାନ୍ତି ଓ ଭାରତୀୟ ଅ ।ଇନକୁ ସମ୍ମୁଖୀନ ହୋଇନାହାନ୍ତି । ସେମାନେ ପାକିସ୍ତାନରେ ଲୁଚିଥିବା କୁହାଯାଉଛି । ଏନଅ ।ଇଏ ନିଜ ଚାର୍ଜସିଟରେ ଜୈସ ମୁଖ୍ୟ ମାସୁଦ ଅ ।ଝାର, ତା ଭାଇ ଅବଦୁଲ ରୌଫ ଅସଗର, ମହମ୍ମଦ ଉସମାନ ଫାରୁକକୁ ଏହି ଅ ।କ୍ରମଣର ମାଷ୍ଟରମାଇଣ୍ଡ ବୋଲି କହିଛି । ଅ ।ଦିଲ ଅହମ୍ମଦ ର୍ଦ ହିଁ ଏହି ଅ ।ତ୍ମଘାତୀ ଅ ।କ୍ରମଣ କରିଥିଲା । ସିଅ ।ରପିଏଫ କଶ୍ମୀର ଜୋନର ଏଜିଡିପି ବିଜୟ କୁମାର କହିଛନ୍ତି ଯେ, ଏହି ଘଟଣାରେ ମୋଟ ୧୯ ଜଣ ଅ ।ତଙ୍କବାଦୀ ପ୍ରତ୍ୟକ୍ଷଭାବେ ସଂପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ସୁରକ୍ଷାବଳ ଗୁଳିରେ ମୃତ୍ୟୁବରଣ କରିଛନ୍ତି । ୭ ଜଣ ଜେଲରେ ଅଛନ୍ତି ଓ ୪ ଜଣ ପାକିସ୍ତାନରେ ଅଛନ୍ତି । ପାକିସ୍ତାନୀ ଅ ।ତଙ୍କବାଦୀ ସଂଗଠନ ଜୈସଇ-ମହମ୍ମଦ( ଜେଇଏମ) ପକ୍ଷରୁ ଏହି ଅ ।କ୍ରମଣ କରାଯାଇଥିଲା । ସେ ଅ ।ହୁରି ମଧ୍ୟ କହିଛନ୍ତି ଯେ ଏବେ କଶ୍ମୀରରେ ୩୭ ଜଣ ସକ୍ରିୟ ଅ ।ତଙ୍କବାଦୀ ଅଛନ୍ତି । କିନ୍ତୁ ଘାଟିରେ କୌଣସି ନୂଅ । ଅ ।ତଙ୍କବାଦୀ ନିଯୁକ୍ତ ହୋଇନାହାନ୍ତି ।

Leave A Reply

Your email address will not be published.