ଏଚ୍‌ଏସ୍‌ଆରପି: ୨୬୭୪ ଗାଡ଼ିକୁ ଜରିମାନା

0 91

ଭୁବନେଶ୍ୱର, ୧୫ା୨(ଡିକେ ନ୍ୟୁଜ): କଠୋର ହେଲେ ରାଜ୍ୟ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ (ଏଚ୍‌ଏସ୍‌ଆରପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ୨୬୭୪ଟି ଯାନ ବିରୋଧରେ ଚ୍‌।ଲାଣ କାଟିଛି । ଫେବ୍ରୁଆରୀ ୧ରୁ ୧୧ ପର୍ଯ୍ୟନ୍ତ ୧୧ ଦିନ ଭିତରେ ଏହି ସବୁ ଚ୍‌।ଲାଣ କଟାଯାଇଛି । ୨୦୨୨ ମସିହା ଜୁନ୍‌ ୧ ତାରିଖ ପୂର୍ବରୁ ରାଜ୍ୟ ପରିବହନ ବିଭାଗ ସମସ୍ତ ଶ୍ରେଣୀ ଯାନ ପାଇଁ ଏଚ୍‌ଏସ୍‌ଆରପି ବାଧ୍ୟତାମୂଳକ କରିଛନ୍ତି ଯାହ। ୨୦୧୯ ମସିହା ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକୃତ ହୋଇଥିଲା । ପ୍ରେସ୍‌ ନୋଟ ଜାରି କରି ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ ଲାଲମୋହନ ସେଠୀ କହିଛନ୍ତି, ୨୦୨୩ ମସିହା ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ମୋଟ୍‌ ୩୮,୪୯,୪୯୮ ଜଣ ଗାଡି ମାଲିକ ସ୍ଲଟ୍‌ ବୁକ କରିଛନ୍ତି । ସେଥିମଧ୍ୟରୁ ୩୧,୬୫,୮୫୦ଟି ଗାଡିରେ ଏଚ୍‌ଏସ୍‌ଆରପି ଲଗାଯାଇଛି । ମୋଟର ଭେହିକିଲର ଧାରା ୧୯୨ ଅଧୀନରେ ଆକ୍ଟ, ୧୯୮୮ ଅନୁଯାୟୀ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିରେ ଏଚ୍‌ଏସ୍‌ଆରପି ସହିତ ସଂଲଗ୍ନ ନହୁଏ, ତେବେ
ଗାଡି ମାଲିକଙ୍କ ବିରୋଧରେ ଇ-ଚ୍‌।ଲାଣ ଜାରି କରାଯିବ । ଜରିମାନା ବାବଦକୁ ୫୦୦୦ ଟଙ୍କା କିମ୍ବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି କମିଶନର କହିଛନ୍ତି । ସେ ଆହୁରି କହିଛନ୍ତି ଏପର୍ଯ୍ୟନ୍ତ ଜାରି କରାଯାଇଥିବା ଚ୍‌।ଲାଣଗୁଡିକ ମଧ୍ୟରେ ଅଧିକାଂଶ ଯାନ ଦୁଇଚକିଆ ଅଟେ । ଜରିମାନା ଉଲ୍ଲଂଘନକାରୀଙ୍କ ଉପରେ ୫୦୦୦ ଟଙ୍କା ଲଗାଯାଇଛି । ଭବିଷ୍ୟତରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ଶ୍ରୀ ସେଠୀ କହିଛନ୍ତି, ଯେଉଁ ଗାଡି ମାଲିକମାନେ ଇଣ୍ଟରନେଟ୍‌ର ବ୍ୟବହାର କରନ୍ତି ନାହିଁ କିମ୍ବା ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ନାହିଁ, ସେମାନେ ନିକଟସ୍ଥ ମୋ’ ସେବାକେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆରଟିଓରେ ଥିବା ଏଚ୍‌ଏସ୍‌ଆରପି ସୁବିଧା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ । ୨୦୧୯ ଜାନୁଆରୀ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନଗୁଡିକ, ଯାହାକି ଓଡ଼ିଶା ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ୧,୨, ୩, ୪, ୫ ଓ ୬ ପୁରୁଣା ଯାନଗୁଡିକରେ ଏଚ୍‌ଏସ୍‌ଆରପି ସଂଲଗ୍ନ କରିବାର ସମୟସୀମା ୨୦୨୨ ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରାଯାଥିଲା । ଠିକ୍‌ ସେହିପରି ୭ ଓ ୮ ସହିତ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୨୩ ମସିହା ଜାନୁଆରୀ ୩୧ ତାରିଖରେ ଶେଷ ହୋଇଛି । ୯ ଓ ୦ ସହିତ ଶେଷ ହେଉଥିବା ଯାନଗୁଡିକ ପାଇଁ ସଂଲଗ୍ନ କରିବାର ଶେଷ ତାରିଖ ୨୦୨୩ ମସିହା ଫେବ୍ରୁଆରୀ ୨୮ ତାରିଖ ରହିଛି । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗର ଅଧିକାରୀମାନେ ଜାନୁଆରୀରେ ମୋଟରଯାନ ନିୟମ ଉଲ୍ଲଂଘନ କରିଥିବା ଗାଡି ଚ୍‌।ଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା । ରାଜ୍ୟ ପରିବହନ ବିଭାଗର ଅଧିକାରୀମାନେ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‌ କରିଥିଲା ।

Leave A Reply

Your email address will not be published.