ଡ୍ରୋନ୍‌ ଜରିଆରେ ଘରକୁ ପଠାଯିବ ଔଷଧ

0 105

ହାୱଡା : ଟ୍ରାଫିକ୍‌ ଜାମ୍‌ର ସମସ୍ୟାରୁ ରକ୍ଷା ପାଇବା ଓ ଠିକ୍‌ ସମୟରେ ଔଷଧ ପହଞ୍ଚାଇବା ପାଇଁ ଟେକ୍ନେଲୋଜିର ସାହାରା ନିଆଯାଉଛି । କୋଲକାତାରେ ମଙ୍ଗଳବାର ଡ୍ରୋନ୍‌ ଜରିଆରେ ଔଷଧ ପଠାଇବା ସେବା ଆରମ୍ଭ ହୋଇଯାଇଛି । ଏହି ସେବାକୁ ଆରମ୍ଭ କରିଥିବା ଷ୍ଟାର୍ଟଅପ୍‌ ଟିଏସ୍‌ଏଡବ୍ଲୁ ଟେକ୍ସିନଣ୍ଟ ସ୍ପେସ୍‌ ଆଣ୍ଟ ଏୟରୋ ୱାର୍କସ ଆସୋସିଏସନ୍‌ ଭାଇସ୍‌ ପ୍ରେସିଡେଣ୍ଟ ଅର୍ପିତ ଶର୍ମା କହିଛନ୍ତି, ଆମେ ଔଷଧ ଦେବା ପାଇଁ ଡେଡିକେଟେଡ୍‌ ଡ୍ରୋନ ସର୍ଭିସ ଲଞ୍ଚ କରିଥିବାରୁ ଖୁବ୍‌ ଖୁସି ଅଛୁ । ଆମେ କୋଲକାତାରେ ପ୍ରବଳ ଟ୍ରାଫିକ୍‌ ଭିଡ ଦେଖିଛୁ ତେଣୁ ଆକାଶ ମାର୍ଗରେ ଔଷଧ ଡେଲିଭରି କରିବାର ସୁବିଧା ବିଷୟରେ ଭାବିଥିଲୁ । ସେ କହିଛନ୍ତି, ଆଗାମୀ ଦିନରେ ଔଷଧ ଡ୍ରୋନ୍‌ ଡେଲିଭରି ଆରମ୍ଭ କରିବା ପାଇଁ ପଶ୍ଚିମବଙ୍ଗରେ ଆହୁରି ୮ଟି ସ୍ଥାନକୁ ଚିହ୍ନଟ କରିଛି । ସେ କହିଛନ୍ତି, ଏକ ମାସ ଭିତରେ, ଆମେ କାଲିକାପୁର(ଦକ୍ଷିଣ କୋଲକାତାରେ) ଡ୍ରୋନ୍‌ ଜରିଆରେ ଔଷଧ ଡେଲିଭର କରିବା ସେବା ଆରମ୍ଭ କରିବୁ ।

Leave A Reply

Your email address will not be published.