ବିବିସି କାର୍ଯ୍ୟାଳୟରେ ଆଇଟିର ଚଢାଉ ଜାରି

0 91

ନୂଆଦିଲ୍ଲୀ : ଦ୍ୱିତୀୟ ଦିନରେ ବିବିସି କାର୍ଯ୍ୟାଳୟରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଦିଲ୍ଲୀ ଓ ମମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ଏହି ଚଢାଉ । ଗତକାଲି ୧୨ଟାରୁ ବିବିସି କାର୍ଯ୍ୟାଳୟରେ ଚାଲିଛି ଚଢାଉ । ପ୍ରାୟ ୬୦ ରୁ ୭୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଯାଞ୍ଚ କରୁଛି । ସୂଚନା ଯୋଗ୍ୟ, ଗତକାଲି ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିବିସିର କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କ ଫୋନ୍‌ ଜବତ କରାଯାଇଥିଲା । କର୍ମଚାରୀମାନଙ୍କୁ ଘରକୁ ଯିବାକୁ
କୁହାଯାଇଥିଲା । ଏହି ଚଢାଉ ସମ୍ପର୍କରେ ବିବିସିର ଲଣ୍ଡନ ମୁଖ୍ୟାଳୟକୁ ମଧ୍ୟ ସୂଚନା ଦିଆଯାଇଥିଲା । ଦିଲ୍ଲୀ ସହିତ ଆୟକର ବିଭାଗ ମୁମ୍ବାଇର ବିବିସି କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬୦-୭୦ ସଦସ୍ୟଙ୍କୁ ନେଇ ଆୟକର ବିଭାଗ ଟିମ୍‌ ବିବିସି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କାର୍ଯ୍ୟାଳୟ ଭିତରକୁ ଓ ବାହାରକୁ ଯିବାକୁ ମଧ୍ୟ ରୋକ୍‌ ଲଗାଯାଇଛି । ଅନ୍ୟପକ୍ଷରେ ବିବିସିରେ ଆୟକର ବିଭାଗ ଚଢାଉ ଖବର ପାଇବା ପରେ କଂଗ୍ରେସ ଦଳ ସରକାରଙ୍କ ଉପରେ ବର୍ଷିଛି । କଂଗ୍ରେସ ଟ୍ୱିଟ୍‌ କରି କହିଥିଲା, ପ୍ରଥମେ ସେମାନେ ବିବିସିର ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ବର୍ତ୍ତମାନ ଆୟକର ବିଭାଗ ବିବିସି ଉପରେ ଚଢାଉ କରିଛି । ଏହା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ।

Leave A Reply

Your email address will not be published.