ଟ୍ରାଫିକ୍‌ ସମସ୍ୟାରେ କଲବଲ ଜନଜୀବନ, ବିଶ୍ୱର ୧୦ ଭିଡ ସହର ତାଲିକାରେ ବେଙ୍ଗାଲୁରୁ-ପୁଣେ

0 75

ନୂଆଦିଲ୍ଲୀ, ୧୬ା୨: ବଡ ସହରରେ ଟ୍ରାଫିକ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଦୁନିଆର ପ୍ରତ୍ୟେକ ବଡ ସହରରେ ଯାନ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଅଳ୍ପ ଦୂରତାକୁ ମଧ୍ୟ ଅତିକ୍ରମ କରିବାକୁ ବହୁତ ସମୟ ଲାଗୁଛି । ଏକ ଡେନମାର୍କ ସଂଗଠନ ଦ୍ୱାରା ୧୦ ଭିଡ ସହର ତାଇିକାର ଏକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ଭାରତର ସହରର ନାମ ମଧ୍ୟ ରହିଛି । ଡେନମାର୍କର ଏକ ସଂଗଠନ ଟମ୍‌-ଟମ୍‌ ଦ୍ୱାରା ଏକ ରିପୋର୍ଟ ଜାରି ରାଯାଇଛି । ଯାହାକୁ ଟ୍ରାଫିକ ଇଣ୍ଡେକ୍ସ ୨୦୨୨ ଭାବରେ ନାମିତ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ସଂସ୍ଥା ବିଶ୍ୱର ପ୍ରାୟ ୬ଟି ମହାଦେଶର ୫୬ଟି ଦେଶର ୩୮୯ଟି ସହରକୁ ଅନ୍ତର୍ଭୁକ୍ତ କରି ଟ୍ରାଫିକ ତଥ୍ୟ ସଂଗ୍ରହ କରିଛି । ଭାରତର ସର୍ବାଧିକ ଟ୍ରାଫିକ ଥିବା ସହରଗୁଡିକରେ ଦୁଇଟି ସହରର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଭାରତର ବେଙ୍ଗାଲୁରୁ ତାଲିକାର ଶ୍ରେଷ୍ଠ ୧୦ ଭିଡ ସହର ଭାବେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ରର ପୁଣେ ସହର ଷଷ୍ଠ ସ୍ଥାନରେ ରହିଛି । ହାରାହାରି, ଜଣେ ବ୍ୟକ୍ତି ବୋଙ୍ଗାଲୁରୁରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ୨୯ମିନିଟ ୧୦ ସେକେଣ୍ଡ ସମୟ ନେଇଥାନ୍ତି । ବେଙ୍ଗାଲୁରୁରେ ଯାନବାହାନର ହାରାହାରି ବେଗ ଘଣ୍ଟା ପ୍ରତି ୧୮ କିଲୋମିଟର । ମହାରାଷ୍ଟ୍ରର ପୁଣେରେ ୧୦ କିଲୋମିଟର ଅତିକ୍ରମ କରିବାକୁ ହାରାହାରି ୨୭ ମିନିଟ ୨୦ସେକେଣ୍ଡ ଲାଗିଥାଏ । ଏଠାରେ ହାରାହାରି ବେଗ ଘଣ୍ଟା ପ୍ରତି ୧୮ କିଲୋମିଟର ରହିଛି । ବ୍ରିଟେନର ଲଣ୍ଡନ ଦୁନିଆର ସର୍ବାଧିକ ଟ୍ରାଫିକ ବହୁଳ ସହ ଶ୍ରେଷ୍ଠ ୧୦ଟି ସହରର ପ୍ରଥମ ସ୍ଥାନରେ ରହିଛି । ଏଠାରେ ଟ୍ରାଫିକ ଏତେ ଗହଳି ଯେ ଲଣ୍ଡନରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ହାରାହାରି ୩୬ ମିନିଟ ୨୦ ସେକେଣ୍ଡ ସମୟ ଲାଗିଥାଏ । ଲଣ୍ଡନରେ ହାରାହାରି ବେଗ ଘଣ୍ଟା ପ୍ରତି ୧୪ କିଲୋମିଟର ରହିଛି । ତାଲିକାର ତୃତୀୟ ସ୍ଥାନରେ ଆୟର୍ଲାଣ୍ଡର ଡବଲିନ ସହର ଅଛି । ଯେଉଁଠାରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ
୨୮ ମିନିଟ ୩୦ ସେକେଣ୍ଡ ସମୟ ଲାଗିଥାଏ । ଏହାପରେ ଜାପାନର ସାପୋରୋ, ଇଟାଲୀରେ ମିଲନ, ଭାରତର ପୁଣେ, ରୋମାନିଆର ବୁକାରେଷ୍ଟ, ପେରୁର ଲିମା, ଫିଲିପାଇନ୍ସର ମାନିଲା ଏବଂ କଲମ୍ବିଆର ବୋଗୋଟା ସହର ରହିଛି । ନୂଆଦିଲ୍ଲୀ ଏହି ତାଲିକାରେ ୩୪ ନମ୍ବର ସ୍ଥାନରେ ରହିଛି । ଦିଲ୍ଲୀରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ହାରାହାରି ୨୨ ମିନିଟ ୧୦ ସେକେଣ୍ଡ ସମୟ ଲାଗେ ଏବଂ ଏଠାରେ ହାରାହାରି ଗତି ଘଣ୍ଟା ପ୍ରତି ୨୪ କିଲୋମିଟର ରହିଛି । ଦିଲ୍ଲୀ ପରେ ମୁମ୍ବାଇ ସହର ୪୭ ତମ ସ୍ଥାନରେ ରହିଛି ।

Leave A Reply

Your email address will not be published.