୮୪୦ ବିମାନ କିଣିବ ଏୟାର ଇଣ୍ଡିଆ

0 75

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେସାମରିକ ବିମାନ କିଣିବା ସଉଦା ଆହୁରି ବଡ଼ ହେବ । ଏମିତିରେ କମ୍ପାନୀ ଆମେରିକା ଓ ଫ୍ରାନ୍ସ ସହ ଚୁକ୍ତି କରି ୪୭୦ ବିମାନ କିଣି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛି । ଏବେ ପୁଣି ୩୭୦ ଜେଟ୍‌ କିଣିବାକୁ ଚାହୁଁଛି କମ୍ପାନୀ । ଆସନ୍ତା ୧୦ ବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ୩୭୦ ଜେଟ୍‌ ବିମାନ କିଣାଯିବ ବୋଲି
କମ୍ପାନୀ ସୂଚନା ଦେଇଛି । ଏନେଇ ଏୟାରଲାଇନ୍‌ ବାଣିଜ୍ୟିକ ଓ ପରିବର୍ତ୍ତନ ଅଧିକାରୀ ନିପୁଣ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଟାଟା ପକ୍ଷରୁ ୪୭୦ ବିମାନ କିଣିବା ନେଇ ଘୋଷଣା କରାଯାଇଥିଲା । ସେଥିମଧ୍ୟରୁ ଫ୍ରାନ୍ସର ଏୟାରବସ ସହ ଚୁକ୍ତି କରି ୨୫୦ ବିମାନ ଓ ଆମେରିକାର ବୋଇଂ ସହ ଚୁକ୍ତି ୨୨୦ଟି ବିମାନ କିଣିବାକୁ ଘୋଷଣା କରିଥିଲା କମ୍ପାନୀ । ବର୍ତ୍ତମାନ ଅଗ୍ରୱାଲ୍‌ଙ୍କ ଘୋଷଣା ପରେ ଟାଟା ମୋଟ ୮୪୦ ବିମାନ କିଣିବା ନେଇ ସ୍ଥିର ହୋଇଛି । ଏନେଇ ନିପୁଣ ନିଜ ଲିଙ୍କଡିନରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷ ଭିତରେ ୪୭୦ ବଡ଼ ବିମାନ ସହ ୩୭୦ ଅତିରିକ୍ତ ବିମାନ ଏୟାର ବସ୍‌ ଓ ବୋଇଂ ଠାରୁ କିଣାଯିବା ।

Leave A Reply

Your email address will not be published.