ଲଦାଖ ସୀମାରେ ନୂତନ ଟନେଲ ତିଆରି କରିବ ଭାରତ

0 79

ନୂଆଦିଲ୍ଲୀ : ଚୀନ୍‌ର ବଢୁଥିବା ବିପଦକୁ ଦେଖି ମୋଦି ସରକାର ଭାରତ-ଚୀନ୍‌ ଉପରେ ଅଲ୍‌ େଓ୍ୱଦର କନେକ୍ଟିଭିଟି ପାଇଁ ସିନକୁଲା ଟନେଲର ନିର୍ମାଣକୁ ମଞ୍ଜୁରୀ ଦେଇଛି । ଏହି ଟନେଲର ନିର୍ମାଣ ଭାରତର ସୁରକ୍ଷା ଦୃଷ୍ଟିରୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ସୁଡଙ୍ଗ ତିଆରି କରିବା ଫଳରେ ଆମର ସୁରକ୍ଷା ବଳର ଯବାନ ବର୍ଷସାରା ଯେ କୌଣସି ସମୟରେ ସେ ବାଟ ଦେଇ ଯିବା ଆସିବା କରିପାରିବେ । ନିର୍ମାଣ ପରେ ଆବଶ୍ୟକ ପଡିଲେ ମାତ୍ର କିଛି ସମୟ ଭିତରେ ଯବାନଙ୍କ ସାହାଯ୍ୟ ମଧ୍ୟ କରିହେବ । ଲଦାଖ ବର୍ଡରରେ ତିଆରି ହେଉଥିବା ଏହି ସୁଡଙ୍ଗର ଲମ୍ବା ୪.୧ କିଲୋମିଟ । ଏହି ମଞ୍ଜୁରୀ କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି (ସିସିଏସ୍‌)ର ବୈଠକରେ ଅଣାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ସୁଡଙ୍ଗକୁ ତିଆରି କରିବାରେ ୧,୬୮୧ କୋଟି ଟଙ୍କାର ଖର୍ଚ୍ଚ ଲାଗିବ । ଏହାକୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ତିଆରି କରି ପୁରା କରାଯିବ । ସେ କହିଛନ୍ତି, ସୁଡଙ୍ଗ ଲଦାଖକୁ ସବୁ ପାଣିପାଗରେ ରୋଡ୍‌ କନେକ୍ଟିଭିଟି ପ୍ରଦାନ କରିବ । କୌଣସି ବର୍ଡର ଅଞ୍ଚଳରେ ଥିବା କେନ୍ଦ୍ର ଶାସିତ ରାଜ୍ୟ ଦୃଷ୍ଟିରୁ ଏହା ସବୁଠାରୁ ଛୋଟ ସଡକ ମାର୍ଗ ହେବ । ସିସିଏସ୍‌ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଯାଇଛି । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଭାରତ-ତିବ୍ଦତ ସୀମା ପୋଲିସ  (ଆଇଟିବିପି)ର ୭ ନୂଆ ବାଟାଲିୟନ୍‌କୁ ସୀମାରେ ମୁତୟନ କରାଯିବ । ଆଇଟିବିପିର ବାଟାଲିୟନ ପାଇଁ ୯,୪୦୦ ନୂଆ ଯବାନଙ୍କ ନିଯୁକ୍ତି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଉଲ୍ଲେଖନୀୟ ଯେ, ଆଇଟିବିପି ଲଦାଖରେ କାରାକୋରମ୍‌ ଦରେକୁ ନେଇ ଅରୁଣାଚଳ ପ୍ରଦେଶର ଜଚେପ ଲା ପର୍ଯ୍ୟନ୍ତ ୩,୪୮୮ କିଲୋମିଟର ଲମ୍ବା ଭାରତ-ଚୀନ୍‌ ସୀମାର ସୁରକ୍ଷା କରିଥାଏ । ଯେଉଁ ନୂତନ ଯବାନ ଭର୍ତ୍ତି ହେବେ, ତାଙ୍କୁ ମୁଖ୍ୟ ରୂପରେ ଅରୁଣାଚଳ ପ୍ରଦେଶରେ ମୁତୟନ କରାଯିବ ।

Leave A Reply

Your email address will not be published.