ଜୟନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ

0 89

ଭୁବନେଶ୍ୱର,୧୬ା୨(ଡିକେ ନ୍ୟୁଜ): ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ ।
ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ । ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପିରେ ମହିଳା କର୍ମୀମାନେ ଜାଣିବା ଦରକାର ତାଙ୍କ ଦଳର ଜଣେ ନେତା ମହିଳାଙ୍କ ପ୍ରତି କିଭଳି ବ୍ୟବହାର କରିଛନ୍ତି । ଆଇନ ଅନୁଯାୟୀ ଜୟନାରାୟଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ବିଜେପି ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜୁ ମହିଳା ଜନତା ଦଳ କହିଛି । ଜୟନାରାୟଣ ସବୁ ସୀମା ଉଲଘଂନ କରିଛନ୍ତି । ଜଣେ କାର୍ଯ୍ୟରତ ଆଇଆଇସିକୁ ଯେଉଁଭଳି ଭାବେ ଧକ୍କା ମାରିଛନ୍ତି ତାହା ଅତି ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ନେତା । ଖାଲି ଜୟନାରାୟଣ ନୁହେଁ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ତାଙ୍କ ବିରୋଧରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ରହିଛି । ଯାହାକୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସମାଲୋଚନା କରାଯାଇଛି । ଏଥିସହ ଜୟନାରାୟଣଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତୀବ୍ର ସମାଲୋଚନା କରିଛନ୍ତି । ଶ୍ରୀ ଦାସ ଟ୍ୱିଟ୍‌ କରି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଣି ଟାର୍ଗେଟ କରିଛନ୍ତି । ବିଗତ ଦିନରେ କିଭଳି ଭାବେ ବିଜେପି ରାଜ୍ୟ ସଭାପତିଙ୍କୁ ଜୟନାରାୟଣ ମିଶ୍ର ମାଡ଼ ମାରିଥିଲେ । ଏଥିପାଇଁ ଦଳରୁ ତାଙ୍କୁ ସସପେଣ୍ଡ କରାଯାଇଥିଲା ସେ ନେଇ ଟ୍ୱିଟରେ କହିଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ଟ୍ୱିଟରେ ଉଲ୍ଲେଖ କରି କହିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ ଆପଣଙ୍କର ମନେ ଥିବ ଆପଣଙ୍କ ଦଳର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ବାବୁ ଅତୀତରେ ଆପଣଙ୍କ ରାଜ୍ୟ ସଭାପତିଙ୍କୁ ଚପଲରେ ନିସ୍ତୁକ ପିଟି ରକ୍ତାକ୍ତ କରି ଦେଇଥିଲେ । ଏଥିପାଇଁ ସେ ଦଳରୁ ୬ ବର୍ଷ ପାଇଁ ସସ୍‌ପେଣ୍ଡ ବି ହୋଇଥିଲେ । ଗୋଟିଏ ପରେ ଗୋଟିଏ ଅପରାଧ କରି ·ଲିଥିବା ସେଇ ନେତା କାଲି ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି । ବିଡ଼ମ୍ବନା ହେଲା, ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଇଥିଲେ, ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ଆଜି ତାଙ୍କୁ ବାଧ୍ୟ କରାଯାଉଛି । ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଉଁଭଳି ବ୍ୟବହାର କରୁଛନ୍ତି, ତାହା ଦେଖି ମୋତେ ଦୁଃଖ ଲାଗୁଛି । ଆପଣଙ୍କ ଦଳର ରାଜ୍ୟ ସଭାପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଦୟାକରି ନିରବ ରହନ୍ତୁ ନାହିଁ । କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ଗତକାଲି ମଧ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ କରି କହିଥିଲେ ଯେ, ନାରୀଙ୍କୁ ଜେପିର ଏହା କେଉଁ ପ୍ରକାର ସମ୍ମାନ ବୋଲି ପ୍ରଶ୍ନ କରିଥିଲେ । ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଏହା ହେଉଛି ଓଡ଼ିଶା ବିଜେପିର ଅସଲ ଚେହେରା । ସମଗ୍ର ରାଜ୍ୟ ଆଜି ଏହି ନିନ୍ଦନୀୟ ଘଟଣାକୁ ଦେଖିଲା । ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ଜେପି ଡିଣ୍ଡିମ ପିଟୁଥିବାବେଳେ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କର ଏହା ହେଉଛି ନାରୀଙ୍କ ପ୍ରତି ସମ୍ମାନ । ଶ୍ରୀ ଦାସ ମଧ୍ୟ ଆହୁରି କହିଥିଲେ ଯେ, ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଆଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଜଣେ ନାରୀ ପ୍ରତି ରାଜ୍ୟର ଜଣେ ବରିଷ୍ଠ ରାଜନେତାଙ୍କର ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ । ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ । ବିଜେପିର ଜଣେ ବରିଷ୍ଠ ନେତା ଶ୍ରୀ ମିଶ୍ର ଯେଉଁଭଳି ଭାବେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ସର୍ବସମ୍ମୁଖରେ ଅପମାନିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର କି ଉତ୍ତର
ରଖିବେ । ଏପରି ହୀନ କାର୍ଯ୍ୟ ପାଇଁ ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓଡ଼ିଶାବାସୀ ଶ୍ରୀ ପ୍ରଧାନଙ୍କ ଠାରୁ ଆଶା ରଖୁଛନ୍ତି ବୋଲି ଶ୍ରୀ ଦାସ କହିଥିଲେ ।

Leave A Reply

Your email address will not be published.