ସେଲ୍‌ଫୀ ଦେବାକୁ ମନା କରିବାରୁ ପୃଥ୍ୱୀଙ୍କୁ ଆକ୍ରମଣ, ୮ଜଣଙ୍କ ନାରେ ମାମଲା ରୁଜୁ

0 106

ମୁମ୍ବାଇ, ୧୬ା୨: ସେଲ୍‌ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ । ମୁମ୍ବାଇର ଏକ ହୋଟେଲ୍‌ ସାମ୍ନାରେ ଏହି ଆକ୍ରମଣ ହୋଇଛି । ପୃଥ୍ୱୀ ବନ୍ଧୁଙ୍କ ସହ କାର୍‌ ଭିତରେ ବସିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ସେଲ୍‌ଫୀ ନେବାକୁ ବାଧ୍ୟ କରିଥିଲେ । ହେଲେ କ୍ରିକେଟର ମନା କରିବାରୁ ସେମାନେ ରାଗିଯାଇ ବେସ୍‌ବଲ ବ୍ୟାଟରେ ଆକ୍ରମଣ କରିଥିଲେ । ଘଟଣାରେ ମୁମ୍ବାଇ ଓଶିଆୱାର ପୋଲିସ ୮ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗିରଫଙ୍କ ମଧ୍ୟରେ ଦୁଇଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ୬ଜଣ ଅଜ୍ଞାତ ବୋଲି ସୂଚନା ମିଳିଛି । ମାରପିଟ୍‌ ପରେ ପୃଥ୍ୱୀଙ୍କ ବନ୍ଧୁ ଆଶିଷ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପ୍ରଥମେ କାରକୁ ଆକ୍ରମଣ କରିବା ପରେ ଫଲୋ କରି ଯାଇଥିଲେ । ଟଙ୍କା ନଦେଲେ ମିଛ କେସରେ ଫସାଇ ଦେବେ ବୋଲି ସେମାନେ ଅଭିଯୋଗ ଦେଇଥିବା ଆଶିଷ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୮ଜଣଙ୍କ ବିରୋଧରେ ଆଇପିସିର ଧାରା ୧୪୩, ୧୪୮, ୧୪୯, ୩୮୪, ୪୩୭, ୫୦୪, ୫୦୬ ଦଫା ଲଗାଯାଇଛି । ସୂଚନା ଅନୁସାରେ, ଶ’ ନିଜ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ମୁମ୍ବାଇର ପଞ୍ଚତାରକା ହୋଟେଲ୍‌ ସାନ୍ତାକ୍ରୁଜକୁ ଯାଇଥିଲେ । କାର୍‌ ଭିତରେ ବସିଥିବା ବେଳେ ସେଲ୍‌ଫୀ ନେବାକୁ ଆସିଥିଲେ ଦୁର୍ବୃତ୍ତ । ଦୁଇଜଣ ବାଧ୍ୟକରି ଶଙ୍କ ସହ ସେଲ୍‌ଫୀ ନେଇଥିଲେ । କିଛି ସମୟ ପରେ ସେହି ଗ୍ରୁପ୍‌ ଫେରିଆସି ଆଉଥରେ ଅନ୍ୟମାନଙ୍କ ସହ ସେଲ୍‌ଫୀ ନେବାକୁ ବାଧ୍ୟ କରିଥିଲେ । ହେଲେ ଶ କହିଥିଲେ ଯେ ସେ ଡିନର କରିବାକୁ ଆସିଛନ୍ତି । ଡିଷ୍ଟର୍ବ ହେବାକୁ ·ହୁଁନାହାନ୍ତି । ହେଲେ ସେମାନେ ବାଧ୍ୟ କରିବାରୁ ପୃଥ୍ୱୀଙ୍କ ସାଙ୍ଗ ହୋଟେଲ୍‌ ମ୍ୟାନେଜରକୁ ଗ୍ୟାଙ୍ଗ ବିରୋଧରେ ଅଭିଯୋଗ କରିଥିଲେ । ଏଥିରେ ଗ୍ୟାଙ୍ଗର ରାଗ ବଢ଼ି ଯାଇଥିଲା । ସେମାନେ ହୋଟେଲ୍‌ ବାହାରେ ଆସି ବେସ୍‌ବଲ୍‌ ବ୍ୟାଟ୍‌ ଧରି ଅପେକ୍ଷା କରିଥିଲେ । ପୃଥ୍ୱୀ ଓ ତାଙ୍କ ବନ୍ଧୁ ଡିନର ସାରି ଫେରିବା ବେଳେ ଗୁଣ୍ଡମାନେ ତାଙ୍କ ବନ୍ଧୁଙ୍କ ବିଏମଡବ୍ଲୁ କାର୍‌ ଉପରେ ଆକ୍ରମଣ କରିଥିଲେ । କାର୍‌ର ଉଭୟ ସାମ୍ନା ଓ ପଛପାଖ କାଚ ଭାଙ୍ଗି ଦେଇଥିଲେ । ସୁରେନ୍ଦ୍ର ଅଭିଯୋଗରେ କହିଛନ୍ତି ଯେ ଆକ୍ରମଣ ବେଳେ କାର୍‌ ଭିତରେ ପୃଥ୍ୱୀ ବସିଥିଲେ । ଅଯଥା ଝଗଡ଼ା କରିବାକୁ ଆମେ ·ହୁଁନଥିଲୁ । ହେଲେ ଦୁର୍ବୃତ୍ତଙ୍କ ମଧ୍ୟରେ ୨ଜଣ କାର୍‌ ପିଛା କରି ଆସିଥିଲେ । ଜୋଗେଶ୍ୱରୀ ଲୋଟୋସ ପେଟ୍ରୋଲ ପମ୍ପ ପାଖରେ ଗାଡ଼ିକୁ ପୁଣି ଅଟକାଇଥିଲେ । ଏହାପରେ ହଠାତ ଜଣେ ମହିଳା ଆସି ଧମକ ଦେଇଥିଲେ । ୫୦ ହଜାର ଟଙ୍କା ଦେଲେ ମାମଲା ସମାଧାନ ହୋଇଯିବ । ନହେଲେ ମିଛ ମାମଲାରେ ଫସାଇ ଦେବୁ ବୋଲି ମହିଳା ଧମକ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ପରେ ଓଶିୱାରା ପୋଲିସ ୮ଜଣଙ୍କ ନାଁରେ ମାମଲା ରୁଜୁ କରି ଅପରାଧିଙ୍କୁ ଖୋଜୁଛି ।

Leave A Reply

Your email address will not be published.