୧୯ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୪୫୦୦ ନିଯୁକ୍ତି ସୁଯୋଗ

0 82

ଭୁବନେଶ୍ୱର, ୧୭ା୨ (ଡିକେ ନ୍ୟୁଜ୍‌): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିମଧ୍ୟରୁ ୧୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଦୁଇଟିର ଉଦ୍‌ଘାଟନ କରାଯାଇଛି । ପ୍ରକଳ୍ପରେ ମୋଟ ୧୬୫୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମେକ୍‌ ଇନ୍‌ ଓଡ଼ିଶା-୨୦୨୨ରେ ନିବେଶ ପାଇଁ ଏହି ପ୍ରସ୍ତାବ ଆସିଥିଲା । ନିବେଶ ପାଇଁ ବ୍ୟାପକ ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୯ଟି ପ୍ରକଳ୍ପ ମଧ୍ୟରେ ପ୍ଲାଷ୍ଟିକ୍‌, ସିଫୁଡ୍‌ ପ୍ରୋସେସିଂ, ଟୁରିଜିମ୍‌, ଆଇଟି, ଆଗ୍ରୋ ଆଣ୍ଡ ଫୁଡ୍‌ ପ୍ରୋସେସିଂ,
ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ଡାଉନଷ୍ଟ୍ରିମ୍‌ ଭଳି ପ୍ରକଳ୍ପ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନିବେଶ ପାଇଁ ସରକାରଙ୍କ ପକ୍ଷରୁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ଆମ ସରକାର ନିବେଶକାରୀଙ୍କୁ ସବୁ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ୫- ଟି ଆଧାରରେ ସ୍ୱଚ୍ଛତା ଆଣିବା ପାଇଁ ସବୁ ପ୍ରକାରର ଚେଷ୍ଟା କରାଯାଇଛି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଜରିଆରେ ରାଜ୍ୟରେ ୧୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଶା ରଖାଯାଇଛି । ଏଥିସହିତ ୧୦ଲକ୍ଷ ଲୋକ ମଧ୍ୟ ରୋଜଗାର ପାଇବେ ବୋଲି ପ୍ରୟାସ ଚାଲିଛି । ସୁନ୍ଦରଗଡ଼ ଆଇଏଫ୍‌ଜିଏଲ କାରଖାନାର ସମ୍ପ୍ରସାରଣ କରାଯିବ । ଏଥିପାଇଁ ୬୦ କୋଟି ଟଙ୍କା ବ୍ୟୟ କରାଯିବ । ଏହି କାରଖାନାରେ ୪୫୦ ନିଯୁକ୍ତି ସୁଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସୁପର
ଅଭିବୃଦ୍ଧି ସହ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରିବ । ଆଠଗଡ଼ ଖୁଣ୍ଟୁଣୀରେ ସୁପର ଇଣ୍ଡଷ୍ଟ୍ରିଜ୍‌ର ଉଦ୍‌ଘାଟନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହୋଇଛି । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ଅବସରରେ କହିଥିଲେ ଯେ, ଓଡ଼ିଶା ବର୍ତ୍ତମାନ ଦେଶର ମ୍ୟାନୁଫାକ୍‌ଚରିଂ ହବ୍‌ ହେବାକୁ ଯାଉଛି । ସରକାର ନିବେଶକାରୀଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଗରୁ ପ୍ରତିଶ୍ରୁତି ଦେଇସାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗର ଏସିଏସ୍‌ ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଇପିକଲ ଓ ଇଡ୍‌କୋର ଏମ୍‌ଡି ଭୂପିନ୍ଦର ସିଂ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.