ଆଜି ମହାଶିବରାତ୍ରୀ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

0 93

ଭୁବନେଶ୍ୱର, ୧୭ା୨(ଡିକେ ନ୍ୟୁଜ): ରାତି ପାହିଲେ ଜାଗର । ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୋଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ୱାର ଦେଇ ପ୍ରବେଶ କରି ଦର୍ଶନ କରିବେ । ୩ ଟାରୁ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ । ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଗଙ୍ଗାଯମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା । ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି । ପକେଟମାର, ଛିନ୍‌ତାଇ ଉପରେ ସିସିଟିଭି ନଜର ରଖିବ । ଜାଗର ପାଇଁ ଟ୍ରାଫିକ କଟକଣା ରହିଛି । ଏସ୍‌ଓଜି ମୁତୟନ ହେବେ । ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୋଲିସ । ୫ଜଣ ଆଡସିନାଲ ୧୧ ଏସ୍‌ପି । ୧୯ ଆଇଆଇସି ୮୦ ଜଣ ଏଏସ୍‌ଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ୨ / ୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି । ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି । ସେମାନେ
ପର୍ସ ପକେଟମାର ସହ ସୁନା ଗହଣା ଛିନ୍‌ତାଇ କରିବାର ସମ୍ଭାବନା ରହିଛି । ସେମାନଙ୍କ ପାଇଁ ସାଧା ପୋଷାକରେ ପୋଲିସ ମୁତୟନ କରାଯାଇଛି । ମନ୍ଦିର ସମ୍ମୁଖ ରାସ୍ତାରେ ୱାନ ୱେ କରାଯାଇଛି । ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି । ଭୁବନେଶ୍ୱରର ଅନ୍ୟ ୧୦ଟି ମନ୍ଦିରରେ ମଧ୍ୟ ପୋଲିସ ମୁତୟନ ହୋଇଛନ୍ତି । ପୋଲିସ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

Leave A Reply

Your email address will not be published.