ରିଲ୍‌ ନିଶାରେ ଯୁବପିଢ଼ି

0 93

ଭୁବନେଶ୍ୱର,୧୮ା୨(ଡିକେ ନ୍ୟୁଜ): ରିଲ୍‌ ନିଶାରେ ପାଗଳ ଯୁବପିଢ଼ି । ରାତାରାତି ଭାଇରାଲ ହେବା ନିଶାରେ ଦୁଃସାହାସିକ ଷ୍ଟଣ୍ଟ । କିଏ ଘର ଛାତ ଉପରରୁ ଡେଇଁଲାଣି ତ, ଆଉ କିଏ ଚଳନ୍ତା ବାଇକ୍‌ ଉପରେ ଛିଡ଼ା ହୋଇ ଷ୍ଟଣ୍ଟ୍‌ କଲାଣି । ଆଉ କେତେକ ସାହସିକତା ଦେଖାଇବାକୁ ଯାଇ ଟ୍ରେନ୍‌ ଉପରେ ଚଢ଼ି ରିଲସ୍‌ କରୁଛନ୍ତି । ରିଲ୍‌ ପ୍ରସ୍ତୁତ ପାଇଁ ଆଜିକାଲିର ଯୁବପିଢ଼ି ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରୁଛନ୍ତି । ଏଭଳି ଷ୍ଟଣ୍ଟ ସମୟରେ ଟିକିଏ ଅସାବଧାନତା କାରଣରୁ ସେମାନଙ୍କ ଜୀବନ ଯାଉଛି । ପୋଲିସ ଏନେଇ ବାରମ୍ବାର ଏହି ଯୁବପିଢ଼ିଙ୍କୁ ସଚେତନ କଲେ ମଧ୍ୟ ସେମାନେ ଚେତୁ ନାହାନ୍ତି । ଭାଇରାଲ ନିଶାରେ ସେମାନେ କିଛି ବି କରିଯାଉଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଗତ ୩ବର୍ଷରୁ ୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିପଦପୂର୍ଣ୍ଣ ଭାବେ ରିଲସ୍‌ ବନେଇବା କାରଣରୁ ମୃତ୍ୟୁ ଘଟିଛି । ସେହିପରି ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଆଗାମୀ ଦିନରେ ଯୁବପିଢ଼ି ସଚେତନ ନ ହେଲେ ଏଭଳି ଜୀବନ ଯିବ । ରିଲ୍‌ କରି ଫେମସ୍‌ ହେବା ଏବେ ଅନେକଙ୍କ ପାଇଁ ମହଙ୍ଗା ପଡୁଛି । ଏପରିକି ଏହି ରିଲ୍‌ ପାଇଁ ଅନେକ ଯୁବକ ଅପରାଧୀ ସାଜୁଛନ୍ତି । କାରଣ ନିକଟରେ ସହିଦନଗର ଥାନା ରାବଣପାର୍କ ନିକଟରେ ଦୁଇ ଜଣ ଯୁବକ ରିଲ୍ସ କରୁଥିଲେ । ଏପରିକି ସ୍କୁଲ ପିଲା ଯାଉଥିବା ବସ୍‌କୁ ଟେକା ମାରି ଭିଡ଼ିଓ କରି ଭାଇରାଲ ହେବା ପାଇଁ ଆଶା କରିଥିଲେ । ସେହି ଅନୁସାରେ ସେମାନେ ବସ୍‌ କାଚକୁ ଟେକା ମାରି ଭିଡ଼ିଓ ବନେଇଲେ । ଆଉ ଶେଷରେ ଡ୍ରାଇଭରକୁ ମାଡ଼ ମାରିଲେ ଯେଉଁଥି ପାଇଁ ଦୁଇ ଅଭିଯୁକ୍ତ ବନ୍ଧା ହେଲେ । ଗତବର୍ଷ ରାଜଧାନୀରେ କେବିଏନ୍‌ ଗ୍ୟାଙ୍ଗ ଆତଙ୍କ ଦେଖିବାକୁ ମିଳିଥିଲା । ଖୋଲା କାର୍‌ ଉପରେ ଖଣ୍ଡା ଭୁଜାଲି ଧରି ରାଜଧାନୀରେ ରାତି ଅଧରେ ଭିଡିଓ କଲେ । ଏପରିକି ବନ୍ଧୁକ ·ଳନା କରି ରିଲସ୍‌ ବନେଇଲେ । ଶେଷରେ ଏହି ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ଛାଡିଲେ । ଯିଏ ଏହି ଭିଡ଼ିଓ ଦେଖିଲା ସେମାନେ ଭୟଭୀତ ହେଲେ । ଶେଷରେ କେବିଏନ୍‌ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଭାଇରାଲ ହେବା ପାଇଁ ଏଭଳି ଭିଡିଓ କରିଥିଲା । ଆଉ ତାଦର ଯୋଜନା ଅନୁସାରେ ଏହି ଗ୍ୟାଙ୍ଗ୍‌ ନାମ ଶୁଣି ଲୋକଙ୍କ ମନରେ ଭୟ ସୃଷ୍ଟି ହେଲା । ଏହି ଭୟରେ ଗ୍ୟାଙ୍ଗ୍‌ ଏକାଧିକ ସଦସ୍ୟ ଠିକାଦାର ଏବଂ ଏକାଧିକ ବ୍ୟକ୍ତିଙ୍କ ଠାରୁ ବଟି ଆଦାୟ କଲେ । ଯୁବପିଢ଼ିଙ୍କ ଏହି ଭିଡିଓ ଦେଖି ଛାତ୍ରଛାତ୍ରୀ ପଥଭ୍ରଷ୍ଟ ହେଉଛନ୍ତି । ସେମାନେ ମଧ୍ୟ ଏଭଳି ଭିଡ଼ିଓ ବନାଇବାକୁ ପଛାଉ ନାହାନ୍ତି । ସେମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ରିଲ୍‌ ବନେଇବା ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି । ଏହିଭଳି ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ୧୪ ତାରିଖ ଦିନ କିଛି ପିଲା ରିଲ୍‌ ବନେଇବା ପାଇଁ ସ୍କୁଲ ଛାତ ଉପରେ ଚଢି ହତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ୱାର୍ଟସର ଆଜେବେଷ୍ଟ ଉପରକୁ ଡିଆଁ ମାରିଥିଲେ । କିଛି ଛାତ୍ର ଡିଆଁ ଡେଇଁ କରୁଥିବା ବେଳେ ଆଉ କିଛି ଛାତ୍ର ଭିଡିଓ କରୁଥିଲେ । ସ୍କଲ ଛାତ୍ରରୁ ୧୦ ଫୁଟ୍‌ ଦୂରତାରେ ଥିବା ଆଜବେଷ୍ଟକୁ ଡେଇଁଲା ବେଳେ ଜଣେ ପିଲା ତଳେ ଖସିପଡ଼ିଥିଲା । ପିଲାଟିର କିଛି ହୋଇନଥିଲେ ମଧ୍ୟ ଭିଡ଼ିଓ କରି ଛାଡ଼ିବା ପରେ ଭାଇରାଲ ହୋଇଛି । ଏହିଭଳି ଗତ ଡିସେମ୍ବର ୧ତାରିଖରେ ତାପଙ୍ଗ ରେଲୱେ ଷ୍ଟେସନରେ ଥିବା ଏକ ଟ୍ରେନ୍‌ ଉପରେ ଚଢ଼ି ଜଣେ ଯୁବତୀ ଭିଡିଓ କରୁଥିଲେ । ହେଲେ ଭୁଲ ବଶତଃ ସେ ରେଲୱେ ଉପରେ ଯାଇଥିବା ହାଇଭୋଲଟେଜ ତାରକୁ ଧରି ପକାଇଥିଲେ । ଫଳରେ ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଅନେକ ଯୁବତୀ ଏବେ ଭାଇରାଲ ହେବା ନିଶାରେ ଅଶ୍ଳୀଳ ରିଲସ୍‌ କରୁଛନ୍ତି । ସେମାନେ ଅଳ୍ପ ପୋଷାକ ପିନ୍ଧିଥିବା ଅବସ୍ଥାରେ ଭିଡିଓ କରୁଛନ୍ତି । ଏଥିସହ ଦି-ଅର୍ଥ ବୋଧକ ଭିଡିଓ କରି ଛାଡୁଛନ୍ତି । ଅନେକ ମଧ୍ୟ ସିଧା ସିଧା ଅଶ୍ଳୀଳ ଭିଡିଓ ଏବଂ ଖରାପ ଭାଷା ଥିବା ଭିଡିଓ ପୋଷ୍ଟ କରୁଛନ୍ତି । ଯାହାଦ୍ୱାରା ସମାଜ ଉପରେ ପ୍ରଭାବ ପକାଉଛି ।

Leave A Reply

Your email address will not be published.