ନୂଆଦିଲ୍ଲୀ: ଭୂମିକମ୍ପ ପ୍ରଭାବିତ ସିରିଆ ଉପରେ ଇସ୍ରାଏଲର ପ୍ରହାର । ରାଜଧାନୀ ଦମିଶ୍କ ଉପରେ ମିସାଇଲ୍ ମାଡ଼ ହୋଇଛି । ଏକ ଆବାସିକ କ୍ଷେତ୍ରରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ ୧୫ଜଣ ମୃତ ହୋଇଥିବା ବେଳେ ଅନେକ ଅହତ ହୋଇଛନ୍ତି । ସିରିଆ ଷ୍ଟେଟ୍ ମିଡିଆ ରିପୋର୍ଟ ଅନୁଯାୟୀ, ଶନିବାର ଓ ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ଘନଘନ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଏହାପୂର୍ବରୁ ଶୁକ୍ରବାର ସିରିଆରେ ଏକ ଆତଙ୍କବାଦୀ ହମଲା ହୋଇଥିଲା । ଏଥିରେ ୫୩ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏହି ଆକ୍ରମଣ ପାଇଁ ନିଜକୁ ଦାୟି କରିଛି । ଚଳିତ ବର୍ଷ ଜିହାଦୀଙ୍କ ଦ୍ୱାରା ସିରିଆରେ ସବୁଠାରୁ ବଡ଼ ଆତଙ୍କବାଦୀ ହମଲା ହୋଇଥିଲା । ଏହା ପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିଲା । ତେବେ ଏହାକୁ ନେଇ ଇସ୍ରାଏଲ ସରକାରଙ୍କ ପକ୍ଷକୁ କୌଣସି ବୟାନ ଜାରି କରାଯାଇନାହିଁ । ସରକାରୀ ମିଡିଆ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଏହି ମିସାଇଲ୍ ମାଡ଼ରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେହିପରି ଦମିଶ୍କର ଆବାସିକ ଅଞ୍ଚଳରେ ବହୁ ବିଲ୍ଡିଂ ନଷ୍ଟ ହୋଇଥିବା ଭିଡିଓ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଅନ୍ୟପଟେ କିଛି ସ୍ଥାନୀୟ ମିଡିଆଙ୍କ ଦାବି ଅନୁଯାୟୀ, ଇସ୍ରାଏଲର ମିସାଇଲକୁ ସିରିଆର ଏୟାର ଡିଫେନ୍ସ ସିଷ୍ଟମ କିଛି ମିସାଇଲକୁ ନଷ୍ଟ କରିବାରେ ସଫଳତା ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।