ନୂଆଦିଲ୍ଲୀ, ୧୯ା୨: ଚାଲିଲା ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଯାଦୁ । ମାଟି କାମୁଡ଼ିଲା କଙ୍ଗାରୁ ଦଳ । ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ୱିକେଟ୍ରେ ମ୍ୟାଚ୍ କବ୍ଜା କରିନେଇଛି । ଏହାସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୨- ୦ ଆଗୁଆ ରହିଛି । ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସରେ ଗୋଟିଏ ପରେ ଗୋଟିଏ ୱିକେଟ ନେଇ କଙ୍ଗାରୁ ଟିମକୁ ଧରାଶାୟୀ କରି ଦେଇଥିଲେ ଜାଡେଜା । ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବୋଲିଂ ଭାଙ୍ଗି ଦେଇଥିଲା କଙ୍ଗାରୁ ଟିମ୍ର ମେରୁଦଣ୍ଡ । ଦ୍ୱିତୀୟ ଇନିଂସରେ ରବୀନ୍ଦ୍ର ଜାଡେଜା ୭ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନୀ ୩ ୱିକେଟ୍ ନେଇଛନ୍ତି । ଏହି ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ କୌଣସି ବି ବୋଲର୍ ଦ୍ୱିତୀୟ ଇନିଂସରେ ୱିକେଟ୍ ନେଇପାରିନଥିଲେ । ଏହି ଦୁଇ ସ୍ପିନର କଙ୍ଗାରୁ ଟିମର ୱିକେଟ୍ ପୋଛି ନେଇଥିଲେ । ଫଳରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇଂନିସରେ ୩୧ ଓଭର ୧ ବଲ ଖେଳି ୧୧୩ ରନରେ ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୨୬୨ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଅକ୍ଷର ପଟେଲ ୭୪, କୋହଲି ୪୪, ଅଶ୍ୱିନୀ ୩୭ ଓ ରୋହିତ ୩୨ ରନ କରିଥିଲେ । ଫଳରେ ଦଳ ୨୬୨ ରନ କରି ଅଲଆଉଟ ହୋଇଯାଇଥିଲା । ହେଲେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ଜାଡେଜାଙ୍କ ଧୂଆଁଧାର୍ ବୋଲିଂ ଆଗରେ କାହାରି ବ୍ୟାଟିଂ କାମ କରିନଥିଲା । ଦଳ ପକ୍ଷରୁ ହେଡ୍
୪୩, ଲାବ୍ରୁସଚେଞ୍ଜ ୩୫ ରନ କରିଥିଲେ । ଫଳରେ ଅଷ୍ଟ୍ରେଲିଆ ୧୧୩ରେ ଅଲଆଉଟହୋଇଯାଇଥିଲା ।
ଚାଲିଲା ରବିନ୍ଦ୍ର ଜାଡେ଼ଜାଙ୍କ ଯାଦୁ, ମାଟି କାମୁଡ଼ିଲା କଙ୍ଗାରୁ ଟିମ୍
Prev Post