ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍‌, ଅନ୍ତର୍ଜାତୀୟ କ୍ରିକେଟରେ ୨୫ହଜାର ରନ୍‌ ପୂରଣ କଲେ

0 50

ନୂଆଦିଲ୍ଲୀ, ୧୯ା୨: ରେକର୍ଡ କଲେ ବିରାଟ କୋହଲି । ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍‌ ପୂରଣ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍‌ ସ୍କୋର କରିଥିବା କୋହଲି ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ଏହାଛଡା ଅନ୍ତର୍ଜାତୀୟ ସ୍ତରରେ ୬ ନଂ ସ୍ଥାନରେ ରହିଛନ୍ତି କୋହଲି । ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାରରୁ ଅଧିକ ରନ୍‌ ସ୍କୋର କରିଥିବା କୋହଲି ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୨୫ ହଜାରରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୩୪,୩୫୭ ରନ୍‌ ସ୍କୋର କରିବାରେ ତେନ୍ଦୁଲକର ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ତେନ୍ଦୁଲକର ୫୭୭ ତମ ଇନିଂସରେ ଏହି ରେକର୍ଡ କରିଥିଲେ । କିନ୍ତୁ ବିରାଟ ୫୪୯ ଇନିଂସରେ ଏହି ରେକର୍ଡ ସମକକ୍ଷ ହୋଇଛନ୍ତି । ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରୁ ଅଧିକ ରନ୍‌ ସ୍କୋର କରିବାରେ କୋହଲି ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ । କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ୫୪୯ ଆନ୍ତର୍ଜାତୀୟ ଇନିଂସରେ ୨୫ ହଜାର ରନ୍‌ ପୂରଣ କରିଥିବା ବେଳେ ସଚିନଙ୍କୁ ଏହି ରନ୍‌ ହାସଲ କରିବାକୁ ୫୭୭ ଇନିଂସ ଖେଳିବାକୁ ପଡିଥିଲା । କୋହଲି ୩୧୩୧୩ ବଲ୍‌ ଖେଳି ୨୫ ହଜାର ରନ୍‌ ପୂରଣ କରିଛନ୍ତି । ୨୦୦୮ରେ ଡେବ୍ୟୁ କରିଥିଲେ ବିରାଟ । କ୍ରିକେଟର ୩ଟି ଯାକ ଫର୍ମାଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଦିକିନିଆ ସବୁଠାରୁ ଦ୍ରୁତ ୧୧ ହଜାର ରନ୍‌ ପୂରଣ କରିଥିବା ବ୍ୟାଟସମ୍ୟାନ ତାଲିକା ଶୀର୍ଷରେ ରହିଛନ୍ତି ବିରାଟ । କୋହଲି ଟେଷ୍ଟରେ ଏପର୍ଯ୍ୟନ୍ତ ୮୧୯୫ ରନ୍‌ କରିସାରିଛନ୍ତି । ସେହିପରି ଦିନିକିଆରେ ୧୨୮୦୯, ଟି-୨୦ରେ ୪୦୦୮ ରନ୍‌ କରିସାରିଛନ୍ତି । ସଚିନ ତେନ୍ଦୁଲକର ୧୦୦ ଶତକରେ ୩୪୩୫୭ ରନ ସ୍କୋର କରିବାରେ ସଫଳ ହୋଇଥିବାବେଳେ ୬୬୪ଟି ମ୍ୟାଚର ୭୮୨ ଇନିଂସରେ ବ୍ୟାଟିଂ କରିଥିଲେ । ତେବେ ଏହି ଲିଷ୍ଟରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଦ୍ୱିତୀୟ ନମ୍ବରରେ ରହିଛନ୍ତି । ସେ ୨୮୦୧୬ ରନ୍‌ ସ୍କୋର କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ୨୭୪୮୩ ରନ୍‌ ସ୍କୋର କରି ରିକି ପଣ୍ଟିଂ,  ଜୟବର୍ଦ୍ଧନେ ୨୫୯୫୭ ରନ୍‌, ଜ୍ୟାକ୍‌ କଲିସ୍‌ ୨୫୫୩୪ ରନ୍‌ ସ୍କୋର କରିଛନ୍ତି ।

Leave A Reply

Your email address will not be published.