ଆମେରିକା ଆକାଶରେ ଏକ ଗୁଇନ୍ଦା ବେଲୁନ

0 97

ନୂଆଦିଲ୍ଲୀ : ଆମେରିକା ଆକାଶରେ ପୁଣି ଏକ ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଛି । ଖବର ଅନୁସାରେ, ଏହି ବେଲୁନ ହୋନୁଲୁଲୁ ଅଞ୍ଚଳର ପୂର୍ବଭାଗରେ ଉଡ଼ୁଥିବା ଦେଖିବାକୁ ମିଳିଛି । ସୂଚନାଥାଉକି, ଯେଉଁ ଅଞ୍ଚଳରେ ଏହି ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଛି, ସେହି ମାର୍ଗରେ ଅନେକ ବିମାନ ଉଡ଼ାଣ ଭରିବା ସହିତ ଯାତାୟତ କରୁଛି । ତେଣୁ ଏହି ଗୁଇନ୍ଦା ବେଲୁନ ବିମାନ ଉଡ଼ାଣ ପାଇଁ ବିପଦ ସୃଷ୍ଟି କରୁଥିବା କୁହାଯାଉଛି । ଏହି ବେଲୁନ ପାଖାପାଖି ୪୦-୫୦ ହଜାର ଫୁଟ ଉପରେ ଉଡ଼ୁଥିବାର ଦେଖିବାକୁ ମିଳିଛି । ଏପରିକି ଊଡ଼ାଣ ଭରିଥିବା ଅନେକ ବିମାନର ପାଇଲଟ ଏହି ବେଲୁନକୁ ଦେଖିଥିବା କହିଛନ୍ତି । ଏଯାବତ୍‌ ଏହି ବେଲୁନ୍‌ କିଏ ପଠାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏମିତିକି ଏଥିରେ ଲୋକଙ୍କ ଉପରେ କିଛି ବିପଦ ରହିଛି କି ନାଁ ବୋଲି ଅନେକ ପ୍ରଶ୍ନ ଉଠିଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଏମିତି ଅନେକ ଗୁଇନ୍ଦା ବେଲୁନକୁ ଆମେରିକା ସେନାବାହିନୀ ଦ୍ୱାରା ମିଶାଇଲ ମାଡ଼ କରି ଖସାଇ ଦିଆଯାଇଛି । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଳିଙ୍କେନ ମଧ୍ୟ ଏନେଇ ତାଙ୍କର ଚୀନ୍‌ ଗସ୍ତ ବନ୍ଦ କରିଥିଲେ । ସେପଟେ କିନ୍ତୁ ଚୀନ୍‌ ଏହାକୁ ପାଣିପାଗ ସମ୍ପର୍କିତ ତଥ୍ୟ ହାସଲ କରିବା ବେଲୁନ ବୋଲି ଦର୍ଶାଇଥିଲା । ଏବଂ ଆମେରିକା ଏହାକୁ ଅନାବଶ୍ୟକ ଭାବରେ ଅଭିଯୋଗ ଆଣିଥିବା ଦର୍ଶାଇଥିଲା ଚୀନ୍‌ । ସେପଟେ ଆମେରିକା ମଧ୍ୟ ଚୀନ୍‌ ଉପରେ ଏହି ଗୁଇନ୍ଦା ବେଲୁନ ମାଧ୍ୟମରେ ଗୁପ୍ତଚରୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଆଣିଥିଲା । ଆମେରିକା ଦାବି କରିଥିଲା ଯେ, ଯେଉଁ ବେଲୁନକୁ ଟାର୍ଗେଟ କରି ଖସାଇଥିଲୁ, ସେଥିରେ ଗୁପ୍ତଚରୀ ଉପକରଣ ଖଞ୍ଜାଯାଇଥିଲା । ନିକଟରେ ଆମେରିକାର ଚୀନ୍‌ର ଏହି କଥାକଥିତ ଗୁଇନ୍ଦା ବେଲୁନକୁ ସଫଳତାର ସହିତ ଜବତ କରିନେଇଛି । ଏବଂ ସେଥିରେ ଲାଗିଥିବା ସେନ୍ସର ଏବଂ ଅନ୍ୟ ଉପକରଣକୁ ଆମେରିକା ଯାଞ୍ଚ କରୁଛି ।

Leave A Reply

Your email address will not be published.