ସମବାୟ ସମିତିର ହେବ ଦକ୍ଷତା ମୂଲ୍ୟାଙ୍କନ

0 95

ଭୁବନେଶ୍ୱର,୨୦ା୨(ଡିକେ ନ୍ୟୁଜ): ରାଜ୍ୟରେ ସମ୍ପ୍ରତି ୨୭୦୮ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ ଉଠାଣ ପ୍ରକ୍ରିୟାରେ ସାମିଲ ରହିଥିବା ବେଳେ ·ଷୀଙ୍କର ଆବଶ୍ୟକତାକୁ ଦେଖି ଅତିରିକ୍ତ ୧୩ଶହ ଇତିମଧ୍ୟରେ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ ଅଞ୍ଚଳ ବହୁମୁଖୀ କୃଷି ସମବାୟ ସମିତିଗୁଡ଼ିକର ଦକ୍ଷତା ମୂଲ୍ୟାଙ୍କନ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସମବାୟଗୁଡ଼ିକୁ ଅଧିକ ସଶକ୍ତ ଓ ସକ୍ରିୟ କରିବା ଉଦ୍ଦେଶ୍ୟରେ ସମବାୟ ବିଭାଗ ଏହି ଉଦ୍ୟମ ଆରମ୍ଭ କରିଛି । ମୁଖ୍ୟତଃ ସମବାୟ ମାଧ୍ୟମରେ କେତେ ପରିମାଣର ଋଣ ପ୍ରଦାନ କରାଯାଉଛି । କେଉଁ ସମବାୟ ସମିତି କେତେ ଧାନ ସଂଗ୍ରହ ଉଦ୍ଦେଶ୍ୟରେ ଆସୁଛି ତାହାର ଏକ ବିସ୍ତୃତ ସମୀକ୍ଷା ରିପୋର୍ଟ ପ୍ରସ୍ତୁତ କରାଯିବ । ଯେଉଁ ରିପୋର୍ଟ ଆଧାରରେ ସରକାର ସମବାୟସ୍ତରରେ ପଞ୍ଚାୟତଗୁଡ଼ିକୁ ଅଦଳବଦଳ କରିପାରନ୍ତି ।ଯେଉଁ ସମବାୟଗୁଡ଼ିକର ପ୍ରଦର୍ଶନ ସ୍ୱାଭାବିକଠାରୁ କମ୍‌ ରହିଛି, ତନ୍ମଧ୍ୟରେ ଥିବା ପଞ୍ଚାୟତଗୁଡ଼ିକୁ ଅନ୍ୟ ସମବାୟରେ ସାମିଲ କରି ଅଧିକ ଉତ୍ପାଦନ କ୍ଷମତା ବିଶିଷ୍ଟ ପଞ୍ଚାୟତକୁ ସମ୍ପୃକ୍ତ ସମବାୟରେ ସାମିଲ କରିବାକୁ ଯୋଜନା କରାଯାଉଛି । ସେହିଭଳି ସାରା ରାଜ୍ୟରେ ନୂଆ ୧୩ଶହ ପ୍ରାଥମିକ କୃଷି ସମବାୟ ପାଇଁ ଭିଲେଜ ମ୍ୟାପିଂ କରାଯାଉଛି । ଏଣୁ ଏହି ସମୟରେ ଏକକାଳୀନ ଭାବେ ସମସ୍ତ ସମବାୟଗୁଡ଼ିକର କନଜମର୍‌ ବିଜନେସ୍‌ ଆକ୍ଟିଭିଟିଜ୍‌ ସମ୍ପର୍କିତ ତଥ୍ୟ ଦାଖଲ ହେବ । ଏନେଇ ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ତରଫରୁ ଡିଭିଜିନାଲ୍‌ ଉପନିବନ୍ଧକମାନଙ୍କୁ ଚିଠି ଲେଖି ସୂଚନା ପ୍ରଦାନ କରାଯାଇଛି । ସେହିଭଳି ନୂଆ ଆର୍ଥିକ ବର୍ଷ ପାଇଁ ସରକାର ସମବାୟ ବ୍ୟାଙ୍କ ମଧ୍ୟରେ ଋଣ ପ୍ରଦାନକରିବେ । କୃଷି ଉଦ୍ୟୋଗଠାରୁ ଆରମ୍ଭ ବିବିଧ କୃଷି, ସମନ୍ୱିତ କୃଷି ଓ ଗୋପାଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ·ଷୀମାନଙ୍କୁ ନିବେଶ ଆମନ୍ତ୍ରଣ ଦିଆଯିବ । ଏହା ପୂର୍ବରୁ ସମବାୟ ସମିତିଗୁଡ଼ିକର ଅର୍ଥନୈତିକ କାରବାର କ୍ଷମତା ଜାଣିବାକୁ ସରକାର ଆଗ୍ରହ ଦେଖାଉଛନ୍ତି । ଜନୈକ ସମବାୟ ଅଧିକାରୀ ଏହି ସମ୍ପର୍କରେ କହିଛନ୍ତି ଯେ, ରାଜ୍ୟର ପ୍ରତି ସମବାୟ ସମିତି କେତେ ଖରିଫ୍‌ ଫସଲ ·ଷୀମାନଙ୍କଠାରୁ କିଣିଛନ୍ତି । କେତେ ଖରିଫ୍‌ ଫସଲ ମିଲରମାନଙ୍କୁ ବିକ୍ରି କରିଛନ୍ତି, ତାହାର ତାଲିକା ମଗାଯାଇଛି । ବିସ୍ତୃତ ଭାବେ ଖାଦ୍ୟଶସ୍ୟର ପରିମାଣ ଓ ଟଙ୍କା ସମ୍ପର୍କିତ ସ୍ପଷ୍ଟ ସୂଚନା ଦେବାକୁ କୁହାଯାଇଛି । ଅନ୍ୟପକ୍ଷରେ ଋଣ ପ୍ରଦାନ ବ୍ୟବସ୍ଥାକୁ ସମବାୟ ବିଭାଗ ସୁଦୃ କରିବାକୁ ·ହୁଁଛନ୍ତି । ସମବାୟ ଋଣ ବାବଦକୁ ସରକାର କେତେ ଟଙ୍କା ଖର୍ଚ୍ଚ କରିବେ ତାହାର ଏକ ଅଟକଳ ପ୍ରସ୍ତୁତ କରିବା ପାଇଁ ଏହି ଦକ୍ଷତା ମୂଲ୍ୟାଙ୍କନ ହେଉଛି । ଉଚ୍ଚ ପ୍ରଦର୍ଶନକାରୀ ସମବାୟ ସମିତିକୁ ସରକାର ପ୍ରାଥମିକତା ଦେବେ ବୋଲି
ସେ କହିଛନ୍ତି । ଅନ୍ୟପକ୍ଷରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ପ୍ରସଙ୍ଗରେ କହିଛନ୍ତି ଯେ ବିଭାଗ ନିଜର ଗତ ୩ ବର୍ଷର ପ୍ରଦର୍ଶନ ମୂଲ୍ୟାଙ୍କନ ସମବାୟ ସମିତିଗୁଡ଼ିକର ପ୍ରଦର୍ଶନରୁ ଜାଣିପାରିବ ।

Leave A Reply

Your email address will not be published.