ଟପ୍‌ ୫ ଅଲରାଉଣ୍ଡରରେ ୩ ଖେଳାଳି, ଟେଷ୍ଟ ରାଙ୍କିଙ୍ଗରେ ଉଠିଲା ଇଣ୍ଡିଆ

0 83

ନୂଆଦିଲ୍ଲୀ, ୨୨ା୨: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଦ୍ୱାରା ବୁଧବାର ଘୋଷିତ ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଦଳର ତିନି ଖେଳାଳି ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ପହଞ୍ଚିଥିବା ବେଳେ ବୋଲିଂ ମାନ୍ୟତାରେ ବି ଭାରତୀୟ ଖେଳାଳି କମାଲ୍‌ କରିଛନ୍ତି । ଆଇସିସିର ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ତିନି ଭାରତୀୟ ଖେଳାଳି ସାମିଲ୍‌ । ରବୀନ୍ଦ୍ର ଜାଡେଜା ଶୀର୍ଷରେ ଥିବାବେଳେ ଦ୍ୱିତୀୟରେ ଅଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଟପ୍‌ ୫ରେ ପ୍ରବେଶ କରିଥିବା ଆଉ ଜଣେ ଭାରତୀୟ ବୋଲର ହେଉଛନ୍ତି ଅକ୍ଷର ପଟେଲ୍‌ । ଦିଲ୍ଲୀ ଟେଷ୍ଟ ପରେ ବୋଲିଂ ମାନ୍ୟତାରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଅଧିନାୟକ ପାଟ୍‌ କମିନ୍ସ ଟେଷ୍ଟରେ ନମ୍ବର ୱାନ ବୋଲର ହେବାର ମାନ୍ୟତା ହରାଇଛନ୍ତି । ଇଂଲଣ୍ଡର ଷ୍ଟାର ବୋଲର ତଥା ବରିଷ୍ଠ ଖେଳାଳି ଜେମ୍ସ ଆଣ୍ଡରସନ ପୁଣିଥରେ ଶୀର୍ଷ ସ୍ଥାନକୁ ଉଠିଛନ୍ତି । କମିନ୍ସ ୧୪୬୬ ଦିନ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ଥିଲେ । ଏହି ଅଷ୍ଟ୍ରେଲିଆ ବୋଲରଙ୍କ ରେଟିଂ ପଏଣ୍ଟ ୮୫୮କୁ ଖସିଥିବା ବେଳେ ଆଣ୍ଡରସନଙ୍କ ପଏଣ୍ଟ ୮୬୬କୁ ବୃଦ୍ଧି ଘଟିଛି । ଭାରତୀୟ ବୋଲର ଅଶ୍ୱିନଙ୍କୁ ମଧ୍ୟ ଫାଇଦା ମିଳିଛି । ସେ ୮୬୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ବୋଲିଂ ମାନ୍ୟତାରେ ଟପ୍‌-୧୦ରେ ୩ ଭାରତୀୟ ବୋଲର ରହିଛନ୍ତି । ଏଥିରେ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟରେ ଥିବା ବେଳେ ଯଶପ୍ରୀତ ବୁମରା ପଞ୍ଚମରେ ଅଛନ୍ତି । ଟପ୍‌୧- ୦ରେ ରବୀନ୍ଦ୍ର ଜାଡେଜାଙ୍କ ପ୍ରବେଶ ଘଟିଛି । ସେ ତାଲିକାରେ ନବମ ସ୍ଥାନକୁ ଉଠିଛନ୍ତି । ବ୍ୟାଟିଂ ମାନ୍ୟତାରେ କୌଣସି ପରିବର୍ତ୍ତନ ଘଟିନି । ବ୍ୟାଟିଂରେ ପୂର୍ବପରି ଋଷଭ ପନ୍ତ ଷଷ୍ଠ ଏବଂ ରୋହିତ ଶର୍ମା ସପ୍ତମରେ ରହିଛନ୍ତି ।

Leave A Reply

Your email address will not be published.