ମହିଳା ଟି-୨୦ ବିଶ୍ୱକପ୍‌, ପାକିସ୍ତାନର ଲଜ୍ଜାଜନକ ପରାଜୟ: ସେମିରେ ଭାରତ

0 117

କେପଟାଉନ, ୨୨ା୨: ଆଇସିସି ଟି-୨୦ ମହିଳା ବିଶ୍ୱକପ୍‌ ୨୦୨୩ର ସେମିରେ ଟିମ୍‌ ଇଣ୍ଡିଆର ଏଣ୍ଟ୍ରି । ଭାରତୀୟ ଟିମ୍‌ ବ୍ୟତୀତ ଆଉ ୩ଟି ଦଳ ମଧ୍ୟ ସେମିରେ ଏଣ୍ଟ୍ରି କରିଛନ୍ତି । ଗ୍ରୁପ୍‌-୨ରେ ଇଂଲଣ୍ଡ ଟପ୍‌ ରହିଥିବା ବେଳେ ଟିମ୍‌ ଇଣ୍ଡିଆ ୨ୟ ନମ୍ବରର ରହି ସେମି ପାଇଁ କ୍ୱାଲିଫାଇ କରିଛନ୍ତି । ସେହିପରି ଗ୍ରୁପ-୧ରେ ଅଷ୍ଟ୍ରେଲିଆ ଟପରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୨ୟ ନମ୍ବରରେ ରହି ସେମିରେ ପ୍ରବେଶ କରିଛି । ବିଶ୍ୱକପରେ ଖେଳାଯାଇଥିବା ଲିଗ୍‌ ମ୍ୟାଚରେ ପାକିସ୍ତାନର ପରାଜୟ ପରେ ଅଷ୍ଟ୍ରେଲିଆ ସହିତ ଟିମ୍‌ ଇଣ୍ଡିଆର ସେମି ଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।
ଫେବୃଆରୀ ୨୩ ତାରିଖ ଦିନ କେପଟାଉନ ଏହି ସେମିଫାଇନାଲ ଖେଳିବ । ପାକିସ୍ତାନ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଇଂଲଣ୍ଡ ଠାରୁ ୧୧୪ ରନରେ ପରାସ୍ତ ହୋଇଛି । ଗ୍ରୁପ- ୨ରେ ସେମି ଲଢେଇ ମଧ୍ୟ ଜୋରଦାର ହୋଇଥିଲା । ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଏବଂ ସାଉଥ୍‌ ଆଫ୍ରିକା ସେମି ରେସରେ ଥିଲେ । ହେଲେ ଗ୍ରୁପ ଷ୍ଟେଜ୍ରର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖଳାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିଲେ । ଯାହାଫଳରେ ୪ ପଏଣ୍ଟ ସହ ସେମିରେ ଏଣ୍ଟ୍ରି କରିଛି । ସେହିପରି ଗ୍ରୁପ- ୨ରେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟ ବରାବର ସ୍ଥିତିରେ ରହିଥିଲେ । କିନ୍ତୁ ରନରେଟ୍‌ ହିସାବରେ ଦକ୍ଷିଣ ଆଫ୍ରିକାକୁ ସେମିରେ ଏଣ୍ଟ୍ରି କରିଛି । ଏବେ ଦକ୍ଷିଣ ଆଫ୍ରିକା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ ।

Leave A Reply

Your email address will not be published.