ଉକ୍ରଳ ଦିବସରୁ ଦୁବାଇକୁ ବିମାନସେବା

0 149

ଭୁବନେଶ୍ୱର, ୨୩ା୨(ଡିକେ ନ୍ୟୁଜ): ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଆସନ୍ତା ଉକ୍ରଳ ଦିବସରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ । ଏହି ଦିନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ । ବିଦେଶକୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବାନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ବିମାନ ପାଇଁ ଟିକଟ ବୁକିଂ ଆରମ୍ଭ ହୋଇନାହିଁ । ଏକ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିବାରୁ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବା ନେଇ ଆଶାବାଦୀ ଥିବା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଇଛି । ବିଭିନ୍ନ ଦୃଷ୍ଟିକୋଣରୁ ରାଜ୍ୟର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯଥେଷ୍ଟ ଆବଶ୍ୟକତା ରହିଥିଲା । ଅପରପକ୍ଷେ ଦୁବାଇ ଗସ୍ତ ସମୟରେ ସେଠାକାର ପ୍ରବାସୀ ଓଡ଼ିଆ ସଂଗଠନଙ୍କ ଅନୁରୋଧ ରକ୍ଷା କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାର ଦୁବାଇ, ବ୍ୟାଙ୍ଗକକ୍‌ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଇବା ପାଇଁ ଟେଣ୍ଡର ଜରିଆରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦେଇଛନ୍ତି । ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିଲା । ତେବେ କୋଭିଡ୍‌ ପରଠାରୁ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେଉଥିବା ଟର୍ମିନାଲ-୨ ବନ୍ଦ ହୋଇ ରହିଛି । କିଛି ମାସ ତଳେ ସ୍ଥାନୀୟ ଏଏଆଇ କର୍ତ୍ତୃପକ୍ଷ ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଆରମ୍ଭ କରିଥିଲେ । ଫେବୃଆରୀ ମାସ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବା କଥା । ତେଣୁ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କାମ ଶେଷ ହେବା ପାଇଁ ଆହୁରି ମାସେ ଦରକାର । ତେଣୁ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉାଣ ଆରମ୍ଭ ପାଇଁ ପ୍ରସ୍ତୁତି ·ଲିଛି । ତଥାପି ଟର୍ମିନାଲର ମରାମତି କାର୍ଯ୍ୟ ଶେଷ ହେବା ଉପରେ ସବୁ କିଛି ନିର୍ଭର କରୁଛି । ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ଡିଜିସିଏକୁ ସ୍ଲଟ୍‌ ମାଗିଥିବା ବେଳେ ତାହା ମିଳି ସାରିଛି । ତେଣୁ କେବଳ ବିଧିବଦ୍ଧ ଘୋଷଣା ଏବଂ ଟିକଟ ବୁକିଂ ଆରମ୍ଭକୁ ଅପେକ୍ଷା ରହିଛି । ସୂଚନାଯୋଗ୍ୟ ଯେ, ପ୍ରଥମଥର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ତିନିଟି ଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛନ୍ତି । ପର୍ଯ୍ୟାୟକ୍ରମେ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକୁ ଯଥାକ୍ରମେ ତିନିଟି ଏବଂ ଦୁଇଟି ୧୮୬ ସିଟ୍‌ ଥିବା ବିମାନ ଉଡ଼ାଣ କରିବ । ରାଜ୍ୟ ସରକାର ବିମାନ ଚଳାଚଳର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ଏବଂ ଟିକଟ ମୂଲ୍ୟ ରାଜ୍ୟ ସରକାର ରଖିବେ । ଫଳରେ ଟିକଟ ମୂଲ୍ୟ ଅପେକ୍ଷାକୃତ ଶସ୍ତା ହେବା ସମ୍ଭାବନା ଅଛି । ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିମାନ ଇନ୍ଧନ ଏଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ୍‌ (ଏଟିଏଫ୍‌) ଉପରୁ ଭାଟ୍‌ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ପୂର୍ବରୁ ଏହାକୁ ୫%କୁ ହ୍ରାସ କରିଥିଲେ । ବାଣିଜ୍ୟ, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇଟି ଦୃଷ୍ଟିରୁ ଏହି ଅନ୍ତର୍ଜାତୀୟ ଉଡ଼ାଣ ବେଶ୍‌ ମହତ୍ୱ ବହନ କରୁଛି । ୨୦୧୭ ମସିହାରେ ଏୟାର ଏସିଆ ହବ୍‌ ଆଣ୍ଡ ସ୍ପୋକ୍‌ ମଡେଲରେ ଭୁବନେଶ୍ୱରକୁଆଲାଲୁମ୍ପୁର ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲା । ତେବେ ୨୦୨୦ ମାର୍ଚ୍ଚରେ କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ଏହି ସେବାକୁ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.