କାଳିଆ ଯୋଜନାରେ ୫୯ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ

0 88

ଭୁବନେଶ୍ୱର,୨୩ା୨(ଡିକେ ନ୍ୟୁଜ): କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ·ଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ  ଥିବାବେଳେ ୧୮,୬୯,୫୨୯ଜଣ ଭୂମିହୀନ ·ଷୀ ରହିଛନ୍ତି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ କାଳିଆ ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର ଓ ନାମାତ୍ର ହିତାଧିକାରୀଙ୍କୁ ୨୦୧୮-୧୯ ରବି ଓ ୨୦୧୯ବର୍ଷର ଖରିଫ ଋତୁରେ ପ୍ରତି କିସ୍ତି ପାଇଁ ୫୦୦୦ ଟଙ୍କା ଦିଆଯାଉଥିଲା । ୨୦୨୦-୨୧ ବର୍ଷଠାରୁ ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଲେଖାଏ ଦେଉଛନ୍ତି । ଏବେ ଦୁଇଟି କିସ୍ତିରେ ୪୦୦୦ ଟଙ୍କା ମିଳୁଛି । ସେହିଭଳି ପ୍ରତ୍ୟେକ ଭୂମିହୀନ କୃଷି ପରିବାରଙ୍କୁ ମୋଟ୍‌ ତିନିଟି କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି । ସେହିଭଳି କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍‌ କିଷାନ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ  ହିତାଧିକାରୀଙ୍କୁ କିସ୍ତି ପିଛା ୨୦୦୦ ଟଙ୍କା ହିସାବରେ ତିନିଟି କିସ୍ତିରେ ବର୍ଷକୁ ମୋଟ୍‌ ୬୦୦୦ ଟଙ୍କା ପ୍ରଦାନ କରାଯାଉଛି । ପିଏମ୍‌ କିଷାନ ଯୋଜନାରେ ୨୦୧୯-୨୦ ବର୍ଷରେ ରାଜ୍ୟର ଚାଷୀ ମାନଙ୍କୁ ୧୬୭୮ କୋଟି ୮୬ଲକ୍ଷ ଟଙ୍କା ମିଳିଥିବାବେଳେ ୨୦୨୦-୨୧ ବର୍ଷରେ ଏହି ପରିମାଣ ୧୪୩୯ କୋଟି ୫୧ଲକ୍ଷ ଟଙ୍କା ୨୦୨୧-୨୨ ବର୍ଷରେ ୨୭୧୧ କୋଟି ୩୯ଲକ୍ଷ ଟଙ୍କା ଏବଂ ଚଳିତ ଆର୍ଥିକ ବର୍ଷରେ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟର ଚାଷୀ ମାନେ ଏହି ଯୋଜନାରେ ୧୧୬୯ କୋଟି ୮୮ ଲକ୍ଷ ୯୨ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ପିଏମ୍‌ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ମାର୍ଗଦର୍ଶିକା ଆଧାରରେ ଗ୍ରାମୱାରୀ ଯୋଗ୍ୟ ଚାଷୀଙ୍କ ନାମ, ବୟସ, ଲିଙ୍ଗ, ଜାତି, ଆଧାର ସଂଖ୍ୟା, ବ୍ୟାଙ୍କ୍‌ ଖାତା ଓ ମୋବାଇଲ ଫୋନ୍‌ ନମ୍ବର ସଂଖ୍ୟାକୁ ଆଧାର କରି ରାଜ୍ୟ ସରକାରଙ୍କ ଦ୍ୱାରା ତାଲିକା ପ୍ରସ୍ତୁତ ହୋଇଥାଏ । ତେବେ ସାମ୍ବିଧାନିକ ପଦ ଅଳଙ୍କୃତ କରୁଥିବା ପୂର୍ବତନ ଓ ବର୍ତ୍ତମାନର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା, ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ତଥା ବର୍ତ୍ତମାନର ମେୟର, ଜିଲ୍ଲା ପରିଷଦର ପୂର୍ବତନ ତଥା ବର୍ତ୍ତମାନର ଅଧ୍ୟକ୍ଷ ଏହି ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ । ସରକାରୀ କର୍ମ·ରୀଙ୍କ ସମେତ ମାସିକ ୧୦ହଜାର କିମ୍ବା ଏହାଠାରୁ ଅଧିକ ହୋଇଥିବ ସେମାନେ ଯୋଜନାରେ ସାମିଲ ହୋଇପାରିବେ ନାହିଁ । ସେହିଭଳି କାଳିଆ ଯୋଜନାରେ ବି ୫ଏକରର ଅଧିକ ଜମି ଥିବା ବଡ ଚାଷୀ, ସରକାରୀ ଚାକିରି କରୁଥିବା ବ୍ୟକ୍ତି, ଆୟକରଦାତା, ନାବାଳକ ଓ ସହରାଞ୍ଚଳର ନାଗରିକମାନେ ସାମିଲ ହୋଇପାରିବେ ନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.