ପଞ୍ଜାବ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

0 135

ଚଣ୍ଡିଗଡ଼ : ପଞ୍ଜାବରେ ରାଜ୍ୟପାଳ ବନବାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ମୁହାଁମୁହିଁ ହୋଇଛନ୍ତି । ବିଧାନସଭା ଅଧିବେଶନ ଡାକିବା ନେଇ ସେମାନଙ୍କ ମଧ୍ୟରେ ଚିଠି ଯୁଦ୍ଧ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠିର ଭାଷାକୁ ନେଇ ରାଜ୍ୟପାଳ ଆପତ୍ତି ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିଠି ଓ ଟୁଇଟର ଭାଷା କେବଳ ଅସାମ୍ବିଧାନିକ ନୁହେଁ ବରଂ ଅତ୍ୟନ୍ତ ଅପମାନଜନକ ବୋଲି ସେ କହିଛନ୍ତି । ଏସଂପର୍କରେ ଆଇନଗତ ପରାମର୍ଶ ନେବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ କେତେକ ନିଷ୍ପତ୍ତି ଉପରେ ରାଜ୍ୟପାଳ ଆପତ୍ତି ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ୧୪ ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲେ । ଏହାର ଜବାବରେ ମାନ ରାଜ୍ୟପାଳଙ୍କୁ କହିଥିଲେ ଯେ ସେ ପଞ୍ଜାବର ମାତ୍ର ୩ କୋଟି ଲୋକଙ୍କ ପ୍ରତି ଉତ୍ତରଦାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ କୌଣସି ରାଜ୍ୟପାଳଙ୍କ ପ୍ରତି ଉତ୍ତରଦାୟୀ ନୁହଁନ୍ତି । ପଞ୍ଜାବବାସୀ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ଯେ ଭାରତୀୟ ସମ୍ବିଧାନରେ କୌଣସି ନିର୍ଦ୍ଦିଷ୍ଟ ଯୋଗ୍ୟତା ନଥିବାରୁ କେନ୍ଦ୍ର ସରକାର କେଉଁ ଆଧାରରେ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ନିର୍ବାଚିତ କରୁଛନ୍ତି? ଦୟାକରି ଏହା କହି ପଞ୍ଜାବୀମାନଙ୍କ ଜ୍ଞାନ ବୃଦ୍ଧି କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଚିଠି ଓ ଟୁଇଟର ଭାଷା କେବଳ ଅସାମ୍ବିଧାନିକ ନୁହେଁ ବରଂ ଗଭୀର ଅପମାନଜନକ ବୋଲି ରାଜ୍ୟପାଳ କହିଛନ୍ତି ।

Leave A Reply

Your email address will not be published.