ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଜି-୨୦ ବୈଠକ

0 109

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଜି-୨୦ ରାଷ୍ଟ୍ରସମୂହର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏ ଅବସରରେ ଜି-୨୦ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନେ ବିକାଶମୁଖୀ ତଥା ଦୁର୍ବଳ ରାଷ୍ଟ୍ରଗୁଡ଼ିକରେ ବଢୁଥିବା ଋଣ ବୋଝ ଉପରେ ଆଲୋଚନା କରିବେ । ଏହା ସହିତ କ୍ରିପ୍ଟୋକରେନ୍ସି ଏବଂ ଦରବୃଦ୍ଧି ଚାପ ମଧ୍ୟରେ ବିଶ୍ୱ ଅଭିବୃଦ୍ଧି ଆଗରେ ଥିବା ଚିନ୍ତାଗୁଡ଼ିକୁ ନେଇ ଆଲୋକପାତ କରିବେ । ଭାରତର ସଭାପତିତ୍ୱରେ ଅର୍ଥମନ୍ତ୍ରୀମାନଙ୍କ ପ୍ରଥମ ବୈଠକ ନୂଆଦିଲ୍ଲୀ ପାଇଁ ଏକ ସୁଯୋଗ । ବିଶ୍‌ୱ ମହାଶକ୍ତିମାନେ ବିଭିତ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଭାଜିତ ମତ ରଖୁଥିବାବେଳେ ଭାରତ କିଭଳି ବିଶ୍ୱର ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନରେ ତତ୍ପର ସମାଧାନ ପ୍ରଦାନ କରୁଛି ତାହାକୁ ଉପସ୍ଥାପନ କରିବା ପାଇଁ ଏହା ଏକ ପ୍ଲାଟ୍‌ଫର୍ମ । ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ କହିଛନ୍ତି ଯେ, କେତେକ ରାଷ୍ଟ୍ରରେ ଋଣ ସଂକଟ ଜଟିଳ ହୋଇଚାଲିଛି । ଏହାର ସମାଧାନ ଆଣିବା ପାଇଁ ଭାରତ ଚେଷ୍ଟା କରିବ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଟ୍ରାକ୍‌କୁ ଆଣିବ । ସେ କହିଛନ୍ତି ଯେ, ପ୍ରାୟ ୬୦% ସ୍ୱଳ୍ପ ଆୟକାରୀ ରାଷ୍ଟ୍ର ଭୟଙ୍କର ବିପଦରେ ଅଛନ୍ତି । ଏହା ୨୦୧୫ରେ ୩୦% ଥିଲା । ୟୁକ୍ରେନ ସଂକଟ ଏବଂ କୋଭିଡ୍‌ ଯୋଗୁ ସ୍ଥିତି ବିକୃତ ହୋଇଛି । ଏହା ଉପରେ ବୈଠକରେ ଆଲୋଚନା କରାଯିବ । ଫାଇନାନ୍ସ ମୁଖ୍ୟମାନଙ୍କ ପ୍ରଥମ ବୈଠକରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମିଳିତ ଭାବେ ଅଧ୍ୟକ୍ଷତା କରିବେ । ଏହା ଫେବ୍ରୁଆରୀ ୨୪ ଏବଂ ୨୫ରେ ହେବ ।

Leave A Reply

Your email address will not be published.