ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାରୁ ପୋଲିସ ଉପରକୁ ମାଫିଆଙ୍କ ଆକ୍ରମଣ

0 104

ଆଠଗଡ଼: ପୋଲିସକୁ ଗୋରୁ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ତିଗିରିଆ ଥାନା ଗୋପୀନାଥପୁର ଶାସନ ଛକରେ ଘଟିଛି ଘଟଣା । ଗତ ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଗୋରୁ ଚୋରା ଚାଲାଣ କରୁଥିବା ମାଫିଆ ମାନେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ଏସ୍ ଆଇ ସନ୍ତୋଷ ପ୍ରଧାନଙ୍କ ସହ ଲକ୍ଷ୍ମୀଧର ବେହେରା ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ କରି ଗୋରୁ ମାଫିଆ ମାନେ ଫେରାର ଥିବା ଜଣାପଡିଛି । ସେପଟେ ଆହତ ମାନେ ତିଗିରିଆ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.