CWC ବୈଠକରେ ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ପ୍ରସଙ୍ଗରେ ଉଦବୋଧନ ଦେବେ ମଲ୍ଲିକାର୍ଜୁନ ଖଡଗେ

0 92

ନୂଆଦିଲ୍ଲୀ: କଂଗ୍ରେସ ମହାଧିବେଶନର ଦ୍ବିତୀୟ ଦିନ । ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି, ଆସନ୍ତା ଲୋକସଭା ନିର୍ବାଚନ, ଦଳୀୟ ସଂଗଠନ ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହା ସହ ପୂର୍ବତନ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ବି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଦଳର ୮୫ତମ ମହାଧିବେଶନରେ ଏଆଇସିସି ସଭାପତି ଏକ ପୁସ୍ତିକା ଉଦଘାଟନ କରିବା ସହ ସାଧାରଣ ସମ୍ପାଦନକମାନେ ନିଜ ନିଜ ରିପୋର୍ଟ ଉପସ୍ଥାପନ କରିବେ ।

ପ୍ରତିନିଧିମାନେ ରାଜନୈତିକ, ଅର୍ଥନୈତିକ ଓ ଆନ୍ତର୍ଜାତିକ ବ୍ୟାପାର ସଂକ୍ରାନ୍ତ ପ୍ରସ୍ତାବ ସମୂହ ଉପରେ ଆଲୋଚନା କରିବେ । ଗତକାଲି ପ୍ରଥମ ଦିନରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟଙ୍କୁ ସଭାପତି ମଲ୍ଲିକାର୍ଜୁନ ଖଡ଼ଗ ମନୋନୀତ କରିବାକୁ ହୋଇଥିଲା ନିଷ୍ପତ୍ତି । ଦଳର ଷ୍ଟିୟରିଂ କମିଟି ଆଜି ଖଗଡ଼େଙ୍କୁ ଏହି କ୍ଷମତା ଦେଇଥିଲା । ମହିଳା, ଦଳିତ, ଜନଜାତି, ଓବିସି, ସଂଖ୍ୟାଲଘୁ ଓ ଯୁବବର୍ଗଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇଁ ଦଳର ସମ୍ବିଧାନ ସଂଶୋଧନ କରିବା ଲାଗି ପ୍ରସ୍ତାବ ପାରିତ ହୋଇଛି ।

Leave A Reply

Your email address will not be published.