ଲୋକଙ୍କ ପାଖରେ ପହଞ୍ଚିବ ବଜେଟ, ବିଧାୟକ-ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

0 94

ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚିବ ବଜେଟ । ପ୍ରତି ବ୍ଲକକୁ ଯାଇ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଇବେ ବିଧାୟକ ଓ ମନ୍ତ୍ରୀ । ବିଧାନସଭାରେ ବଜେଟ ଉପସ୍ଥାପନ ପରେ ସବୁ ବିଧାୟକ, ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ଲୋକଙ୍କର, ଲୋକଙ୍କ ପାଇଁ ଲୋକଙ୍କ ଦ୍ୱାରା ବଜେଟ ହୋଇଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ  ।

ବିଜେଡି ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତୁ ସବୁ ବିଧାୟକ ଓ ମନ୍ତ୍ରୀ । ବିଧାୟକ ଓ ମନ୍ତ୍ରୀ ମାନେ ପ୍ରତି ବ୍ଲକକୁ ଯାଇ ବିଭିନ୍ନ ସ୍ତରର ଲୋକଙ୍କୁ ଏକାଠି କରି ବଜେଟ କେତେ ଲୋକାଭିମୂଖୀ ତାହା ବୁଝାଇବେ । ଓଡ଼ିଶାରେ ୨୦ହଜାର କୋଟିରୁ ବଜେଟ ଆକାର ବଢି ଏବେ ୨ଲକ୍ଷ ୩୦ହଜାର କୋଟିରେ ପହଞ୍ଚିଛି । ରାଜ୍ୟର ବିକାଶକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି । ବଜେଟରେ ସମତୁଳ ବିକାଶ ପାଇଁ ଚିନ୍ତା କରାଯାଇଛି ।

Leave A Reply

Your email address will not be published.