ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ

0 92

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ । କୁନ୍ଦେଡ ଓ ଜାଗେରଗୁଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରସନ ବେଳେ ମାଓବାଦୀଙ୍କ ଆମ୍ବ୍ୟୁସରେ ଫସି ଯାଇଥିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ ୩ ଡିଆରଜି ଯବାନ ସହିଦ ହୋଇଛନ୍ତି । ମୃତ ତିନି ଯବାନ ହେଲେ ଏଏସଆଇ ରାମୁରାମ ନାଗ, କନଷ୍ଟେବଳ କୁଞ୍ଜମ ଯୋଗା ଓ କନଷ୍ଟେବଳ ଭଞ୍ଜମ ଭୀମା । ଦୁଇ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଯବାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.