ଚଳିତ ବଜେଟ୍‌ ଭାରତବର୍ଷରେ ମଡେଲ ବଜେଟ୍: ପ୍ରଶାନ୍ତ ମୁଦୁଲି

0 93

ଭୁବନେଶ୍ୱର: ଏଥର ବଜେଟ୍‌ ଏକ ଐତିହାସିକ ବଜେଟ୍‌ । ଆମ ବଜେଟ୍‌ ଭାରତବର୍ଷରେ ମଡେଲ ବଜେଟ୍‌ । ଜିଡିପି ସର୍ବଭାରତୀୟ ସ୍ତରରେ ଆଖିଦୃଶିଆ ସ୍ତରରେ ପହଞ୍ଚିଛି । ବଜେଟରେ ସବୁବର୍ଗକୁ ପ୍ରଧାନ୍ୟ ଦିଆଯାଇଛି । ବିଶେଷକରି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ ଯେପରି ଧାନ ବିକ୍ରି ଓ ସାରକିଣା ପରି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାର ଶିକାର ହେଉଛନ୍ତି, ତା’ର ସମାଧାନ ପାଇଁ ବଜେଟରେ ଫୋକସ୍‌ ରହିଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ବ ଦିଆଯାଇଛି । ସବୁ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ଆମେ କାର୍ଯ୍ୟକ୍ରମ କରୁଛୁ । ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଜେଡି ନିଏ । ମୁଖ୍ୟମନ୍ତ୍ରୀ ବଜେଟ ବିଶ୍ଳେଷଣ କରିଛନ୍ତି । ବିରୋଧୀଙ୍କୁ ହଳଦିଆ କମଳ ହୋଇଛି । ତେଣୁ ସେମାନଙ୍କୁ ସବୁ ହଳଦିଆ ଦେଖାଯାଉଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

Leave A Reply

Your email address will not be published.