ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ଓ ସୁରକ୍ଷାକର୍ମୀଙ୍କୁ ଯୋଜନାବଦ୍ଧ ହତ୍ୟା

0 116

ପ୍ରୟାଗରାଜ: ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ଦେହରକ୍ଷୀ ସନ୍ଦୀପଙ୍କୁ ଉତ୍ତରପ୍ରଦେଶର ବିଚ୍ ରାସ୍ତାରେ ହତ୍ୟାକରାଯାଇଛି । ହତ୍ୟାକାଣ୍ଡକୁ ଯେଉଁଭଳି ରୂପ ଦିଆଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ଏଥିପାଇଁ ଫୁଲପ୍ରୁଫ ପ୍ଲାନିଂ କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି ଯେ, ଯେଉଁ ଭଳି ଭାବେ ଉମେଶ କାର ଯୋଗେ ଘର ବାହାରେ ପହଞ୍ଚିବା କ୍ଷଣି ଏହି କାଣ୍ଡ କରାଯାଇଛି, ସେଥିରୁ ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ବୋଧହୁଏ ହତ୍ୟାକାରୀ କଚହରୀରୁ ହିଁ ତାଙ୍କ ପଛରେ ଲାଗିଥିଲେ । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ।

ପୂର୍ବପ୍ରସ୍ତୁତି ଅନୁଯାୟୀ ଦୁର୍ବୃର୍ତ୍ତ ଘଟଣା ଘଟଣାଥିଲେ । ଉମେଶ ଗାଡ଼ିରୁ ଓହ୍ଲାଇବା କ୍ଷଣି ହତ୍ୟାକାରୀମାନେ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଅର୍ଥାତ ସେମାନଙ୍କୁ ଏହା ଜଣାଥିଲା ଯେ, ଉମେଶ କେତବେଳେ ଘରକୁ ଆସିବେ ଏବଂ ଏଥିପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତ ଥିଲେ । ଏହି କାରଣ ଥିଲା ଯେ ଏଥିରୁ ରକ୍ଷା ପାଇବା ପାଇଁ ଉମେଶଙ୍କୁ କୈଣସି ସୁଯୋଗ ବି ମିଳିନଥିଲା । ଅନ୍ୟ କାରଣ ଏହା ଯେ ହତ୍ୟାକାରୀଙ୍କୁ ଏହା ଜଣାଥିଲା ଯେ, ଗାଡିରୁ ଓହ୍ଲାଇବା ସମୟରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ପୋଜିସନ ନେବା ପାଇଁ କିଛି ସମୟ ଅବଶ୍ୟ ଲାଗିବ ଏବଂ ଏପରି ହିଁ ହୋଇଥିଲା ।

ଯେପର୍ଯ୍ୟନ୍ତ ସୁଦ୍ଧା ଉମେଶଙ୍କ ସୁରକ୍ଷାକର୍ମୀ ପୋଜିସନ ନିଅନ୍ତି, ଆକ୍ରମଣକାରୀ ତାଙ୍କୁ ମଧ୍ୟ ଟାର୍ଗେଟ କରିସାରିଥିଲେ । ତୃତୀୟ କାରଣ ଏହା ଯେ, ଆକ୍ରମଣକାରୀମାନେ କେବଳ ପିସ୍ତଲ ନୁହେଁ ବରଂ ବୋମା ନେଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅର୍ଥାତ ତାଙ୍କର ପ୍ଲାନିଂ ଏହା ମଧ୍ୟ ଥିଲା ଯେ ଯଦି ଫାୟାରିଂରେ ଉମେଶ ବଞ୍ଚିଯାନ୍ତି ତେବେ ବୋମା ଆକ୍ରମଣରେ ବଞ୍ଚିପାରିବେନି । ଏହି କାରଣ ଥିଲା ଯେ ଦୁର୍ବୃର୍ତ୍ତମାନେ ଲଗାତାର ଫାୟାରିଂ ସହ ବୋମା ବର୍ଷା କରିଥିଲେ । କୁହାଯାଉଛି ଯେ, ଘଟଣାର ପ୍ରାୟ ଅଧଘଣ୍ଟା ପୂର୍ବରୁ ହିଁ ଉମେଶ କୋର୍ଟରୁ ବାହାରିଥିଲେ ।

ସେ ସେଠାରୁ ବାହାରି ସିଧା ଘରକୁ ଆସିଥିଲେ । ଯେଉଁ ସମୟରେ ଉମେଶଙ୍କ ଉପରେ ଆକ୍ରମଣ ହୋଇଛି, ସେ ସମୟରେ ସେ ଫୋନରେ କଥା ହେଉଥିଲେ । ଯେଉଁ ସିସିଟିଭି ଫୁଟେଜ ଭାଇରାଲ୍ ହେଉଛି, ସେଥିରେ ସ୍ପଷ୍ଟ ଦେଖାଯାଇଛି ଯେ ନିଜ କାରରୁ ଓହ୍ଲାଇବା ସମୟରେ ଉମେଶ କାହା ସହିତ ଫୋନରେ କଥା ହେଉଥିଲେ । ଏବେ ସେ ବ୍ୟକ୍ତିଜଣଙ୍କ କିଏ, ତାଙ୍କ ମୋବାଇଲ୍ ଯାଞ୍ଚ ପରେ ହିଁ କିଛି ସ୍ପଷ୍ଟ ସୂଚନା ମିଳିପାରିବ ।

ଘଟଣା ପରେ ହତ୍ୟାକାରୀଙ୍କ ତଲାସରେ ଏସଓଜିର ୧୦ ଟିମ ଲଗାଯାଇଛି । ଏଥିସହିତ ଏହି ମାମଲାରେ ଏସଟିଏଫକୁ ମଧ୍ୟ ଲଗାଯାଇଛି । ସୂଚନାଥାଉକି, ରାଜୁ ପାଲ ବହୁଜନ ସମାଜ ପାର୍ଟିର ବିଧାୟକ ଥିଲେ । ୨୦୦୫ରେ ତାଙ୍କୁ ହତ୍ୟା କରାଯାଇଥିଲା । ଉମେଶ ପାଲ ଉକ୍ତ ହତ୍ୟା ଘଟଣାର ପ୍ରମୁଖ ସାକ୍ଷୀ। ତେବେ ଶୁକ୍ରବାର ଉମେଶ ତାଙ୍କ ଘର ବାହାରେ ଗାଡ଼ିରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରେ ହମଲା ହୋଇଥିଲା । ଗୁଳିମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.