ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମୀ ଆଓ୍ବାର୍ଡ ବିଜେତା ରିକି କେଜ୍

0 117

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମୀ ଆଓ୍ବାର୍ଡ ବିଜେତା ରିକି କେଜ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରିକି । ବିଶିଷ୍ଟ ସଙ୍ଗୀତକାର ତଥା ପରିବେଶବିତ ଡ. ରିକି କେଜ୍ ଙ୍କୁ ତୃତୀୟ ଥର ପାଇଁ ଗ୍ରାମୀ ଆଓ୍ବାର୍ଡ ମିଳିଛି । ସାକ୍ଷାତକାର ବେଳେ ରିକିଙ୍କୁ ଶୁଭେଚ୍ଛା ଜଣାଇଛନ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ସମୟ ବାର୍ତ୍ତାଳାପ ହୋଇଥିବା ବେଳେ ରିକିଙ୍କୁ ହକି ଇଣ୍ଡିଆ ଜର୍ସି ଉପହାର ଦେଇଥିଲେ ସିଏମ । ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ, କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ନିର୍ଦ୍ଦେଶକ ଡ. ପ୍ରେମଚନ୍ଦ୍ର ଚୌଧୁରୀ, ବିଶିଷ୍ଟ ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.