ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର, ବିବାହ ବାତିଲ

0 83

ବଲାଙ୍ଗୀର : ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ବିବାହ ବାତିଲ । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ଏହି ଘଟଣା ଘଟିଛି । ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି । କନ୍ୟାଘର ଲୋକଙ୍କ କହିବା ଅନୁସାରେ, ବରଯାତ୍ରୀ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ବରଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକ ଛୁରୀରେ କନ୍ୟାର ବଡ଼ଭାଇଙ୍କୁ ଆକ୍ରମଣ କରିଥିଲା । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବରଯାତ୍ରୀଙ୍କ ଭିତରୁ ଦୁଇ ଜଣଙ୍କୁ ତୁରକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । କନ୍ୟାଘର ପକ୍ଷରୁ ବିବାହ ବାତିଲ କରାଯିବାରୁ ବର ଶିଶୁପାଳ ହୋଇ ଫେରିଛନ୍ତି ।

Leave A Reply

Your email address will not be published.