ଏପ୍ରିଲରୁ ନୂଆ ଶିକ୍ଷାବର୍ଷ

0 97

କଟକ : ହାଇସ୍କୁଲ ପାଠ୍ୟକ୍ରମରେ ଚଳିତ ମାସ ଏପ୍ରିଲ୍‌ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪, ମାର୍ଚ ପର୍ଯ୍ୟନ୍ତ ·ଲିବ । ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଛି, ତାହା ନୂତନ ଶିକ୍ଷାବର୍ଷ(୨୦୨୩-୨୪)ରେ ମଧ୍ୟ ପ୍ରଚଳିତ ହେବ । ନୂତନ ଶିକ୍ଷାବର୍ଷ (୨୦୨୩-୨୪)ରେ ମୂଲ୍ୟାୟନ ଶେଳୀ ଚଳିତ ବର୍ଷର ମୂଲ୍ୟାୟନ ଶେଳୀ ସଦୃଶ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର୍‌ ମାର୍କ ଚିହ୍ନିତ ବିଷୟ ପଢ଼ାଯାଉ ନଥିବା ତଥା ପରୀକ୍ଷାରେ ପଡ଼ୁ ନଥିବା ବେଳେ ନୂଆ ଶିକ୍ଷାବର୍ଷ (୨୦୨୩- ୨୪)ରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢ଼ାଯିବ ଓ ଏଥିରୁ ପରୀକ୍ଷାରେ ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି । ନବମ ଶ୍ରେଣୀରେ ନୂଆକରି ଆରମ୍ଭ ହୋଇଥିବା ଆସ୍ପିରେସ୍ନାଲ୍‌ କମ୍ପୋନେଟ୍ସ ନୂଆ ଶିକ୍ଷାବର୍ଷରେ ଉଭୟ ମାଟ୍ରିକ୍‌, ମଧ୍ୟମାରେ ପ୍ରଚଳିତ ହେବ । ଏ ସଂକ୍ରାନ୍ତରେ ବୋର୍ଡ ୱେବସାଇଟ୍‌ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ. ବିଏସଇଓଡ଼ିଶା.ଏସି.ଇନ୍‌ରେ ସମସ୍ତ ସୂଚନା ଦିଆଯାଇଛି । ଚଳିତବର୍ଷ ଯେଉଁଭଳି ପ୍ରଶ୍ନପତ୍ର ଓ ପରୀକ୍ଷା ଶେଳୀ ପ୍ରଚଳିତ ହେଉଛି, ନୂଆ ଶିକ୍ଷାବର୍ଷରେ ପ୍ରଚଳିତ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ
ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.