ଭୁବନେଶ୍ୱର : ଗେମ ଚେଞ୍ଜର ହୋଇପାରେ ଚଳିତ ବର୍ଷର ସାଧାରଣ ବଜେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ରେ ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଯୁବବର୍ଗ, ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବହୁ ଯୋଜନା ରହିବା ସହିତ ଅଧିକ ବ୍ୟୟବରାଦ କରାଯାଇଛି । ଏହାଛଡ଼ା ପଶ୍ଚିମ-ଦକ୍ଷିଣ ଓଡ଼ିଶାରେ ଭିତ୍ତିଭୂମି ତଥା ଗମନାଗମନ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୨ଲକ୍ଷ ୩୦ହଜାର କୋଟିର ବଜେଟ୍କୁ ତୃଣମୂଳସ୍ତରରେ ଠିକ୍ ଭାବେ କାର୍ଯ୍ୟକାରୀ କରାଗଲେ ଏହା ବିଜେଡି ପାଇଁ ଅମୋଘ ଅସ୍ତ୍ର ହୋଇପାରେ । ତେଣୁ ବଜେଟ୍ ଆଗାମୀ ନିର୍ବାଚନରେ ଗେମ ଚେଞ୍ଜର ହେବ ବୋଲି ବିଜେଡି ନେତା କହିଛନ୍ତି । ଓଡ଼ିଶାର ପ୍ରତି ପରିବାରରେ ପହଞ୍ôଚବ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା । ଲୋକଙ୍କ ହିତ ଏବଂ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେମାନଙ୍କୁ ଅବଗତ କରାଯିବ । ବଜେଟ୍ରେ ସରକାର ଲୋକଙ୍କ ପାଇଁ କି ପଦକ୍ଷେପ ନେଇଛନ୍ତି ଏବଂ ଏଥିରେ ଲୋକମାନେ କିପରି ଉପକୃତ ହେବେ ସେ ସମ୍ପର୍କରେ ପ୍ରତି ବ୍ଲକ୍ରେ ହେବ ଆଲୋଚନା । ପ୍ରତି ବ୍ଲକ୍ରେ ବୁଦ୍ଧିଜୀବୀ ଏବଂ କର୍ମୀ ସମ୍ମିଳନୀ ଆୟୋଜନ କରିବାକୁ ଦଳୀୟ ବିଧାୟକ, ସାଂସଦ, ମୁଖପାତ୍ର ଏବଂ ମନ୍ତ୍ରିମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ବଜେଟ୍ ସମ୍ପର୍କରେ ଅବଗତ କରାଇବେ ବିଜେଡି ନେତା ଓ କର୍ମୀ । ଗତକାଲି ବଜେଟ୍ ଉପସ୍ଥାପନ ପରେ ନବୀନ ନିବାସରେ ଦଳୀୟ ବିଧାୟକ, ମୁଖପାତ୍ର ଏବଂ ମନ୍ତ୍ରିମାନଙ୍କୁ ବଜେଟ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବଜେଟ୍ରେ ହାତକୁ ନିଆଯାଇଥିବା ନୂଆ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୋଟି ଗୋଟି କରି ଦଳୀୟ ନେତାମାନଙ୍କୁ ବୁଝାଇଥିଲେ । ସାଧାରଣ ଲୋକଙ୍କ ଆର୍ଥିକ ଏବଂ ସାମଗ୍ରୀକ ସମୃଦ୍ଧି ଏହି ବଜେଟ୍ କିଭଳି ସୁନିଶ୍ଚିତ କରିବ ଏବଂ ଲୋକଙ୍କ ପାଇଁ ବଜେଟ୍ରେ କ’ଣ ରହିଛି ତାହା ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ପ୍ରତି ବ୍ଲକ୍ରେ ବିଜେଡି ପକ୍ଷରୁ ଚର୍ଚ୍ଚା ଶିବିର ଆୟୋଜନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଚଳିତବର୍ଷ ୨ଲକ୍ଷ ୩୦ହଜାର କୋଟିର ରାଜ୍ୟ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବା ସହିତ ୨୦ଟି ନୂଆ ଯୋଜନା ଏଥିରେ ରହିଛି । ନିର୍ବାଚନମଣ୍ଡଳୀ ୱାରି ଓ
ବ୍ଲକ୍ରେ ବୁଦ୍ଧିଜୀବୀ ସମ୍ମିଳନୀ କରି ଲୋକାଭିମୁଖୀ ବଜେଟ୍ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଯୁବବର୍ଗଙ୍କ ସମେତ ସମସ୍ତଙ୍କୁ ବଜେଟ୍ରେ ମିଳିଛି ଗୁରୁତ୍ୱ । ସଠିକ୍ ଭାବେ ବଜେଟ୍କୁ କାର୍ଯ୍ୟକାରୀ କରାଗଲେ ୨୦୨୪ ସାଧାରଣ ନିର୍ବାଚନରେ ଏହା ବିରୋଧୀଙ୍କ ବିରୋଧରେ ବିଜେଡି ଗେମଚେଞ୍ଜର ହେବ ବୋଲି ଦଳ ଆକଳନ କରିଛି । ମିଶନ ଶକ୍ତିରେ ୧ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସ୍କୁଟର ଦେବେ ରାଜ୍ୟ ସରକାର । ବିକାଶ ପଥରେ ଏବେ ଶ୍ରୀକ୍ଷେତ୍ର । ପୁରୀରେ ଅବଢ଼ା ପାଇଁ ୨୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିରେ ହେରିଟେଜ୍ ସହର ପୁରୀର ବିକାଶ ଓ ଉନ୍ନତି ମୂଳକ କାମ କରାଯିବ । ଏଥିସହିତ ପୁରୀର ଐତିହ୍ୟ କିର୍ତ୍ତୀରାଜି ଓ ପର୍ଯ୍ୟଟନସ୍ଥଳୀର ସମନ୍ୱିତ ବିକାଶ ପାଇଁ ଚଳିତ ବଜେଟ୍ରେ ୧୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ବଜେଟ୍ ହେବ ଗେମ୍ ଚେଞ୍ଜର ! ଘରେ ଘରେ ପହଂଚିବ ବିକାଶର ବାର୍ତ୍ତା
Next Post