ବାବୁରାମ ବଖାଣିବ ହନିଟ୍ରାପ କାହାଣୀ, ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

0 134

ବାଲେଶ୍ବର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଆଜି ରିମାଣ୍ଡ ଶୁଣାଣି ହେବ । ଅଭିଯୁକ୍ତ ବାବୁରାମ ଦେକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ ବାବୁରାମ ଦେକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ତାଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ହନିଟ୍ରାପ୍ ମାଧ୍ୟମରେ ରାୱଲପିଣ୍ଡିକୁ କେଉଁ ତଥ୍ୟ ଦେଇଛନ୍ତି ଅଭିଯୁକ୍ତ ? ତଥ୍ୟ ବଦଳରେ କେତେ ଟଙ୍କା ମିଳିଛି ? ଆଉ କେଉଁ ସୁବିଧା ହାତେଇଛନ୍ତି ଅଭିଯୁକ୍ତ ? ନେଟୱର୍କରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ? ରିମାଣ୍ଡରେ ଆଣି ଏସବୁ ତଥ୍ୟ ହାସଲ କରିବ ପୋଲିସ। ଆଜି ସୁଦ୍ଧା ଏହି ମାମଲାରେ ଆଇଟିଆରର ଜଣେ ବରିଷ୍ଠ ଟେକନିକାଲ ଅଫିସରଙ୍କୁ ଗିରଫ କରାଯିବା ସହିତ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।

Leave A Reply

Your email address will not be published.