ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା, ପରିବାରକୁ ୪ ଲକ୍ଷର ଚେକ ପ୍ରଦାନ କଲେ ଡ଼ିଆଇଜି

0 83

ନବରଙ୍ଗପୁର,୨୫ା୨(ଡିକେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପୋଲିସ ଥାନା ପରିସରରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଓ ନବରଙ୍ଗପୁର ଏସପି ଏସ ଶୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାଇଘର ହାତୀଗାଁରେ ଘଟିଥିବା ହତ୍ୟା ଘଟଣା ବିଷୟରେ ସୂଚନା ଦେଇଥିଲେ । ସୂଚନାଥାଉକି ଗତ ୨୩ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁର ଚନ୍ଦନ ମଲ୍ଲିକଙ୍କୁ ମାଓବାଦୀମାନେ ପୋଲିସ ଇନଫର୍ମର ଭାବି ହତ୍ୟା କରିଛନ୍ତି । ପରିବାର ସହ ଖାଇ ବସିଥିବା ବେଳେ ୩୦ରୁ ଅଧିକ ମାଓବାଦୀ ଆସି ଚନ୍ଦନକୁ ଡାକି ନେଇଥିଲେ । ଗାଁର ଏକ ପଡ଼ିଆରେ ହତ୍ୟା କରି ଏକ ଫିଙ୍ଗି ଦେଇଥିଲେ । ହତ୍ୟା ପରେ ପୋଷ୍ଟରରେ ଲେଖିଥିଲେ ଏହି ହତ୍ୟା ପାଇଁ ନବରଙ୍ଗପୁର ଏସପି, ଛତିଶଗଡ଼ ସ୍ଥିତ ଗରିଆବନ୍ଧ ଏସପି ଓ ପୋଲିସର ଖୁପିଆ ବିଭାଗ ଦାୟୀ ବୋଲି ଲେଖିଥିଲେ । ଏହାକୁ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନବରଙ୍ଗପୁର ଏସପି ଏସ ଶୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ବିଷୟରେ ସୂଚନା ଦେଇଛନ୍ତି । ଚନ୍ଦନ ମଲ୍ଲିକ ଜଣେ ନିରୀହ ଯୁବକ ଅଟେ, ସେ କୌଣସି ପୋଲିସ ଇନଫର୍ମ ନ ଥିଲା । ମାଓବାଦୀମାନେ ଏକ ନିରୀହ ଯୁବକକୁ ହତ୍ୟା କରିଛନ୍ତି । ଏଥିପାଇଁ ପୋଲିସ ବିଭାଗ ବହୁତ ଦୁଃଖିତ ବୋଲି କହିଛନ୍ତି । ପୋଲିସ ଇନଫର୍ମ ଭାବି ମାଓବାଦୀଙ୍କ ଦ୍ୱାରା ହତ୍ୟା ହୋଇଥିବା ଲୋକଙ୍କୁ ୪ ଲକ୍ଷ ଦେବାକୁ ଥିବା ବେଳେ ଆଜି ଚନ୍ଦନଙ୍କ ପରିବାରକୁ ଡ଼ିଆଇଜି ରାଜେଶ ପଣ୍ଡିତ ଓ ନବରଙ୍ଗପୁର ଏସପି ଏସ ଶୁଶ୍ରୀ ଘରେ ଯାଇ ୪ ଲକ୍ଷ ଟଙ୍କାର ଚେକ  ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.