ଗୋଟିଏ ନିଷ୍ପତ୍ତି ଉପରେ ନିର୍ଭର କରେ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର, ଧର୍ମ ସଙ୍କଟରେ କୋଚ୍‌ ରାହୁଲ ଦ୍ରାବିଡ

0 88

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ·ରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ତୃତୀୟ ମୁକାବିଲା ମାର୍ଚ୍ଚ ୧ରୁ ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଅଧିକ ଗୁରୁତ୍ୱ ଭାରତ ପାଇଁ ରହିଛି । ଏହି ମୁକାବିଲା ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାତେଇବା ସହ ବିଶ୍ୱ ଟେଷ୍ଟ ·ମ୍ପିଅନସିପର ଫାଇନାଲ୍‌ ପାଇଁ ଟିକଟ୍‌ ହାସଲ କରିବାକୁ ଚେଷ୍ଟା କରିବ । ମ୍ୟାଚରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଉପରେ ସଭିଙ୍କ ନଜର ରହିବ । କାରଣ ତାଙ୍କର ଗୋଟିଏ ନିଷ୍ପତ୍ତି ଦୁଇ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରେ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ଖେଳାଯିବ । ଲଗାତାର ଦୁଇଟି ଶୋଚନୀୟ ପରାଜୟ ପରେ ଏହି ମୁକାବିଲା ଅଷ୍ଟ୍ରେଲିଆ ପାଇଁ କର ବା ମର ପାଲଟିଛି । ଭାରତୀୟ ଦଳ ତୃତୀୟ ମ୍ୟାଚ୍‌ ଜିତି ଆଇସିସି ବିଶ୍ୱ ଟେଷ୍ଟ ·ମ୍ପିଅନସିପ୍‌ର ଟିକେଟ୍‌ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି । ଏହି ମୁକାବିଲାରେ ଭାରତୀୟ ଦଳ ଚୂଡାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଖୁବ୍‌ ·ଲିଛି । ତୃତୀୟ ଟେଷ୍ଟ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସାମ୍ନାରେ ଗୋଟିଏ ବଡ ପ୍ରଶ୍ନ ରହିଛି । ପ୍ରଥମ ଦୁଇଟି ଟେଷ୍ଟ ଖେଳିଥିବା ୱିକେଟ୍‌ କିପର ବ୍ୟାଟର କେଏସ ଭରତଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯିବ ନା ଇଶାନ କିଷନଙ୍କୁ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ମିଳିବ । ଭ ।ରତ ନାଗପୁର ଏବଂ ଦିଲ୍ଲୀରେ ପ୍ରଥମ ଇନିଂସରେ ନିରାଶ କରିଥିଲେ, ମାତ୍ର ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ କିଛି ଭଲ ସଟ୍‌ ଖେଳିଥିଲେ । ଅନ୍ୟପକ୍ଷେ ଇଶାନ କିଷନ ନିଜ ପାଳିର ଅପେକ୍ଷାରେ ଅଛନ୍ତି । ଦଳର ଆବଶ୍ୟକ ଅନୁଯାୟୀ ସେ ନିମ୍ନକ୍ରମରେ ଦ୍ରୁତ ଇନିଂସ ଖେଳି ପାରିବେ । ତାଙ୍କର ୱିକେଟ୍‌ କିପିଂ ମଧ୍ୟ ଚମକ୍ରାର ରହିଛି, ଯାହା ଦ୍ରାବିଡଙ୍କୁ ଧର୍ମସଙ୍କଟରେ ପକାଇଛି ଯେ, ଇଶାନଙ୍କୁ ସୁଯୋଗ ଦିଆଯିବ ନା କେଏସ ଭରତଙ୍କୁ ତୃତୀୟ ଟେଷ୍ଟରେ ଦଳରେ ରଖାଯିବ । କେଏସ ଭରତ ଘରୋଇ କ୍ରିକେଟରେ ବହୁତ ରନ କରିଛନ୍ତି ଏବଂ ତାଙ୍କ ନାମରେ ତୃତୀୟ ଶତକ ମଧ୍ୟ ରହିଛି । ଦିଲ୍ଲୀ ଟେଷ୍ଟରେ ସେ ଅପରାଜିତ ୨୩ ରନ କରିଥିଲେ । ଏଥିରେ ୩ ଚୌକା ଏବଂ ଏକ ଛକା ସାମିଲ୍‌ । ଆତ୍ମ ବିଶ୍ୱାସରେ ଭରା ଏହି ଛୋଟ ପାଳି ଦେଖିବା ପରେ ଡ୍ରେସିଂ ରୁମରେ ବିରାଟ କୋହଲି ତାଙ୍କ ପାଇଁ ତାଳି ବଜାଇଥିଲେ । କୋଚ୍‌ ରାହୁଲ ଦ୍ରାବିଡଙ୍କ ଗୋଟିଏ ନିଷ୍ପତ୍ତି ଉପରେ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ରହିଛି । ଯଦି କେଏସ୍‌ ଭରତଙ୍କ ସ୍ଥାନରେ ଇଶାନ କିଷନଙ୍କୁ ସୁଯୋଗ ଦିଆଯାଏ ତେବେ ଭରତଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ପ୍ରଶ୍ନ ଉଠିବ । ଯଦି ଭରତଙ୍କୁ ଖେଳାଯିବ ତେବେ ଇଶାନ କିଷନଙ୍କୁ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ କେବେ ମିଳିବ ତା ବି ବଡ ପ୍ରଶ୍ନ ରହିବ ।

Leave A Reply

Your email address will not be published.