ସାପ ଧରିବା କୌଶଳ ଶିଖିବାକୁ ସାତଦରିଆ ପାର, ୟୁଟ୍ୟୁବ ଦେଖି ଲଣ୍ଡନରୁ ଭଦ୍ରକ ଆସିଲେ ବିଦେଶୀ ଦମ୍ପତି

0 75

ଭଦ୍ରକ: ସାପ ଧରିବା ଶିଖିବାକୁ ସାତଦରିଆ ପାର । ସ୍ନେକ ରେସ୍କ୍ୟୁ ଟ୍ରେନିଂ ପାଇଁ ବିଟ୍ରେନରୁ ଭଦ୍ରକ ଯାତ୍ରା । ୟୁଟ୍ୟୁବରେ ଭଦ୍ରକର ଜଣେ ଯୁବକଙ୍କ ସାପଧରା କୌଶଳ ଦେଖି ଓଡ଼ିଶା ଆସି ଟ୍ରେନିଂ ନେଇଛନ୍ତି ଲଣ୍ଡନର ଦମ୍ପତି ପୁଲ୍ ଓ ସାରା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳରେ ମିର୍ଜା ଆରିଫଙ୍କଠାରୁ ସାପଧରା ତାଲିମ ନେଇଛନ୍ତି ଏହି ବିଦେଶୀ ଦମ୍ପତି । ଉଭୟ ପଶୁପ୍ରେମୀ ହୋଇଥିବାବେଳେ ୟୁଟ୍ୟୁବରେ ମିର୍ଜ୍ଜାଙ୍କର ସାପ ଧରା ଭିଡିଓ ଦେଖି ଆକର୍ଷିତ ହୋଇଥିଲେ । କିଭଳି ସାପଙ୍କୁ ମିର୍ଜ୍ଜା ଆୟତ୍ତ କରିପାରୁଛନ୍ତି ସେ ସମ୍ପର୍କରେ ତାଙ୍କ ମନରେ ଉତ୍କଣ୍ଠା ଦେଖାଦେଇଥିଲା । ଏହି କୌଶଳ ଶିଖିବାକୁ ଉଭୟ ଲଣ୍ଡନରୁ ଭଦ୍ରକ ଆସିଥିଲେ । ମିର୍ଜ୍ଜାଙ୍କୁ ଭେଟି ତାଙ୍କ ସହିତ ଆଲୋଚନା ପରେ ବଣ ଜଙ୍ଗଲ ବୁଲିଥିଲେ । ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଶିଖିଥିଲେ । କେବଳ ସାପଧରା ଶିଖିବାକୁ ଏତେ ବାଟ ଆସିଥିବାରୁ ଏହି ଦମ୍ପତିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଭଦ୍ରକ ଜିଲ୍ଲାରେ ଜଣେ ବିଶିଷ୍ଟ ସାପଧରାଳି ଭାବେ ମିର୍ଜ୍ଜାଙ୍କର ପରିଚୟ ରହିଛି । ବିଭିନ୍ନ ସ୍ଥାନରୁ ସାପ ଧରି ତାକୁ ସୁରକ୍ଷିତ ଭାବେ ସେ ଜଙ୍ଗଲରେ ଛାଡ଼ିଥାନ୍ତି । ଏହାର ଅନେକ ଭିଡିଓ ୟୁଟ୍ୟୁବରେ ଅପଲୋଡ କରିଛନ୍ତି ମିର୍ଜ୍ଜା । ଯାହାକୁ ଦେଖି ଲଣ୍ଡନର ଦମ୍ପତି ଭଦ୍ରକ ଛୁଟି ଆସିଛନ୍ତି ।

Leave A Reply

Your email address will not be published.