ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା, ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

0 107

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା । ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ । ଷ୍ଟାଣ୍ଡିଂ କମିଟି ଭୋଟ ଗଣତି ବେଳେ ଏକ ଭୋଟକୁ ମେୟର ଶେଲୀ ଓବରୟ ରଦ୍ଦ କରିବାକୁ ନେଇ ଉପୁଜିଥିଲା ଅଚଳାବସ୍ଥା । ଏହାକୁ ନେଇ ଉଭୟ ଆପ୍ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ଗୃହ ଭିତରେ ସଂଘର୍ଷ ଘଟିଥିଲା । ଏପରିକି ମୁଥ ମରାମରି, ଚାପୁଡା ମରାମରି ପରି ଅଭାବନୀୟ କାଣ୍ଡ ଘଟିଥିଲା । ଆସନ୍ତା ସୋମବାର ପୁନଃ ନିର୍ବାଚନ କରିବାକୁ ମେୟର କରିଥିଲେ ଘୋଷଣା । ଏହି ନିଷ୍ପତ୍ତି ପ୍ରତିବାଦରେ ବିଜେପି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।ନିର୍ବାଚନର ଭୋଟ ଗଣତି ନ ସରୁଣୁ ପୁଣି ଥରେ ନିର୍ବାଚନ କରିବା ଲାଗି ମେୟର ନିଷ୍ପତ୍ତି ନେବାର ନିୟମ ନାହିଁ ବୋଲି କହିଛନ୍ତି କୋର୍ଟ । ଏନେଇ ମେୟର, ଏଲଜି ଓ ଏମସିଡିକୁ ନୋଟିସ ଦେଇଛନ୍ତି କୋର୍ଟ । ନିର୍ବାଚନରେ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ସଦସ୍ୟ ଭୋଟ ଦେଇଥିଲେ । ଆପ ପକ୍ଷରୁ ଆମିଲ ମାଲିକ, ରାମିନ୍ଦର କୌର, ମୋହିନୀ ଜେନଓ୍ବାଲ ଓ ସାରିକା ଚୌଧୁରୀ ପ୍ରାର୍ଥୀ ହେଇଛନ୍ତି । ସେହିପରି ବିଜେପି ପକ୍ଷରୁ କମଲଜିତ ସେରାଓ୍ବତ, ପଙ୍କଜ ଲୁଥ୍ରା ଓ ଆପରୁ ଯାଇ ବିଜେପିରେ ମିଶିଥିବା ଗଜେନ୍ଦ୍ର ସିଂ ଦାରାଲ । ବିଜେପିର ଆକଳନ ଅନୁସାରେ ଯଦି ଗୋଟିଏ ଭୋଟକୁ ରଦ୍ଦ କରିଦିଆଯାଏ ତେବେ ଆପ୍ ପ୍ରାର୍ଥୀ ଜିତିବା ସମ୍ଭାବନା ରହିଛି ।

Leave A Reply

Your email address will not be published.