ମାଲକାନଗିରି ଓ କଳାହାଣ୍ଡି ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରି ବିମାନ ବନ୍ଦର ନିର୍ମାଣ କାମର କଲେ ସମୀକ୍ଷା

0 77

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସାଥିରେ ଅଛନ୍ତି ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀ । ହେଲିକେପ୍ଟର ଯୋଗେ ଏମଭି-୩ ବିଏସଏଫ କ୍ୟାମ୍ପଠାରେ ପହଞ୍ଚିବା ପରେ ସେଠାରୁ ସିଧା ଯାଇଥିଲେ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହେଉଥିବା ଏୟାରପୋର୍ଟ ଫିଲ୍ଡ । ଜିଲ୍ଲାପାଳ ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ବିଷୟରେ ଆଲୋଚନା କରିବା ସହ ନିଜେ ଗ୍ରାଉଣ୍ଡରେ ବୁଲି ଦେଖିଥିଲେ । ଡିସେମ୍ବର ଶେଷ ସୁଦ୍ଧା ମାଲକାନଗିରି ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ଟୁକୁନି ସାହୁ ଓ ସଚିବ ଉଷା ପାଢ଼ୀ କହିଛନ୍ତି ।ସେହିପରି ଆସନ୍ତା ମାର୍ଚ୍ଚରୁ କଳାହାଣ୍ଡିର ଉତ୍କେଲାରୁ ଉଡ଼ିବ ବିମାନ । ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଥିବା ବେଳେ, ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ବିମାନ ଉଡ଼ାଣକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ସୁଦ୍ଧା କଳାହାଣ୍ଡି ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନାକୁ ନେଇ ଆଜି ଅପରାହ୍ନରେ ମନ୍ତ୍ରୀ ଟୁକୁନି ସାହୁ ଓ ଉଷା ପାଢ଼ୀ ଉତ୍କେଲା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.