ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ, ରାଜ୍ୟ ସଭାପତି ହେଲେ ମିଲନ କାନୁନଗୋ

0 84

ଭୁବନେଶ୍ୱର: ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଲିଗାଲ ଫ୍ରଣ୍ଟ ଗଠିତ ହୋଇଛି । ବିଜେଡି ଆଇନ ସାମ୍ମୁଖ୍ୟ ରାଜ୍ୟ ସଭାପତି ହୋଇଛନ୍ତି ମିଲନ କାନୁନଗୋ । ସେହିପରି ଶୁଭ୍ରାଂଶୁ ଶେଖର ମହାନ୍ତି ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ମନୋଜ ବର୍ମାଙ୍କୁ ରାଜ୍ୟ ସଂଯୋଜକ ଦାୟିତ୍ୱ ମିଳିଥିବାବେଳେ ୪ ଜଣ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ସିତାଂଶୁ ଦ୍ୱିବେଦୀ, ହରଜିନ୍ଦର ସିଂ, ଆର୍ତ୍ତତ୍ରାଣ ମିଶ୍ର ଓ ଗଗନ ଚନ୍ଦ୍ର ମେହେର ଉପଦେଷ୍ଟା ଭାବେ ଦାୟିତ୍ବ ପାଇଛନ୍ତି । ସେହିପରି ସଞ୍ଜୟ କୁମାର ଦାସ, ଜନ୍ମେଞ୍ଜୟ କାଟିକିଆ, ରବି ନାୟକ, ଅରୂପାନନ୍ଦ ଦାସ ଆଞ୍ଚଳିକ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି । ୭ ଜଣ ନେତାଙ୍କୁ ଉପସଭାପତି ଦାୟିତ୍ୱ ମିଳିଥିବାବେଳେ ୩୨ ଜଣ ନେତାଙ୍କୁ ଜିଲ୍ଲା କମିଟି ସଭାପତି ଦାୟିତ୍ୱ ଦିଆଯାଇଛି । ଲିଗାଲ ଫ୍ରଣ୍ଟ ପୁନର୍ଗଠନ ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

Leave A Reply

Your email address will not be published.