କୋଟିଆରେ ମୁଖ୍ୟ ଶାସନ ସଚିବ

0 97

କୋରାପୁଟ: ବିକାଶ ପଥେ କୋରାପୁଟ ଜିଲ୍ଲା । ଚାଲିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସମସ୍ତ ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗସ୍ତର ଦ୍ଵିତୀୟ ଦିନରେ ଆଜି ଦେଓମାଳି, କୋଟିଆ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।ଦେଓମାଳିରେ ଇକୋ ରିସୋର୍ଟ ସହିତ ଦେଓମାଳିର ବିକାଶ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି । ଏହାସହ କୋଟିଆର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । କୋଟିଆରେ ଷ୍ଟ୍ରବେରୀ ଚାଷ ସଫଳତା ହାସଲ କରିଥିବା ବେଳେ, ଏହାକୁ ନେଇ କୋଟିଆ ପଞ୍ଚାୟତବାସୀ କିପରି ସ୍ୱାବଲମ୍ବୀ ହୋଇପାରିବେ, ସେ ନେଇ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ । ଗତକାଲି ବିମାନ ବନ୍ଦର ବିକାଶର ଅଗ୍ରଗତି ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵର ପୀଠ ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.